ଭୁୁବନେଶ୍ୱର : ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ୨୦୧୫-୧୬ ବର୍ଷରେ ଆରମ୍ଭ ହୋଇଥିବା “ଅନ୍ୱେଶା” ଯୋଜନାର ସଫଳତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପରବର୍ତୀ ୫ ବର୍ଷ ନିମନ୍ତେ ଏହାକୁ କାର୍ଯ୍ୟକାରୀ ହେବ । ଏହି ନିଷ୍ପତିକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି ।
ଏଥିନିମନ୍ତେ ୨୦୨୦-୨୧ ରୁ ୨୦୨୪-୨୫ ବର୍ଷ ପାଇଁ ୫୬୯.୯୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଆସନ୍ତା ୫ ବର୍ଷ ମଧ୍ୟରେ ୨୫ହଜାର ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ଏବଂ ସମସ୍ତ ଛାତ୍ରଛାତ୍ରୀଙ୍କୁ ବିଭାଗ ଦ୍ୱାରା ପରିଚାଳିତ ଅନ୍ୱେଶା ହଷ୍ଟେଲରେ ରଖାଯାଇ ଶିକ୍ଷାପ୍ରଦାନ କରାଯିବ ।
ରାଜ୍ୟର ୧୭ଟି ଜିଲ୍ଲାର ୧୭୭ଟି ବିଦ୍ୟାଳୟରେ ୨୧,୬୮୨ ଛାତ୍ରଛାତ୍ରୀଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ଏଥିରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କୁ ସହରାଂଚଳରେ ଅବସ୍ଥିତ ବିଭିନ୍ନ ଖ୍ୟାତି ସମ୍ପନ୍ନ ସରକାରୀ ବେସରକାରୀ ଓ ମାନ୍ୟତାପ୍ରାପ୍ତ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ପ୍ରଦାନ କରାଯାଉଛି ।
Sign in
Sign in
Recover your password.
A password will be e-mailed to you.