ଭୁବନେଶ୍ୱର: ମନ୍ଦିର ମାଳିନୀ ସହରର ମାଟି ତଳେ ପୁରାତନ ମନ୍ଦିର ଭଳି ଢାଞ୍ଚା । ମନ୍ଦିର ପରିସରରେ ଥିବା ଶୁକଶାରୀ ମନ୍ଦିର ନିକଟରେ ଖନନ ସମୟରେ ପୁରୁଣା ଆକୃତିର ଏକ ମନ୍ଦିର ଢାଞ୍ଚା ଠାବ କରାଯାଇଛି । ଏଠାରେ ଏକାମ୍ର କ୍ଷେତ୍ର ଆଧୁନିକୀକରଣ କାମ ଆଗେଇ ଚାଲିଥିବା ବେଳେ ଚାଲିଛି ପୁରୁଣା ମନ୍ଦିରର ପୁନରୁଦ୍ଧାର । ଆଉ ଏତିକିବେଳେ ସୁକଶାରୀ ମନ୍ଦିର ପାଖରେ ମାଟି ଖନନ ସମୟରେ ବାହାରିଛି ଏହି ପାର୍ଶ୍ୱ ମନ୍ଦିର ।
ମାଟି ଖନନ ସମୟରେ ପୁରାତନ କାଳର କିଛି ମୂର୍ତ୍ତି ଏବଂ ପୁରୁଣା ଆକୃତିର ଏକ ମନ୍ଦିର ଢାଞ୍ଚାର ସନ୍ଧାନ କରାଯାଇଛି । ଓଡିଶା ନିର୍ମାଣ ସେତୁ ନିଗମ ପକ୍ଷରୁ ଖୋଦେଇ କାମ ଚାଲିଥିବା ବେଳେ ଏହି ମନ୍ଦିର ଦେଖିବାକୁ ମିଳିଥିଲା । ଏବେ ଭାରତୀୟ ପ୍ରତ୍ନତତ୍ୱ ବିଭାଗ ପହଞ୍ଚି ପୁରା ମାଟି ଖୋଳି ମନ୍ଦିରକୁ ବାହର କରିବ ବୋଲି ସୂଚନା ପ୍ରଦାନ କରିଛି । ସୁକଶାରୀ ମନ୍ଦିରଟି ତ୍ରୟୋଦଶ ଶତାଦ୍ଦୀର ହୋଇଥିବା ବେଳେ ଏହାର ପାର୍ଶ୍ୱରେ ମାଟିତଳେ ୩ଟି ମନ୍ଦିର ଥିବା ଜଣାପଡିଛି ।ତେବେ ଏହି ମନ୍ଦିର ଗୁଡିକ ଦଶମ ଶତାଦ୍ଦୀର ବୋଲି ସୂଚନା ମିଳିଛି ।