Odia News Portal

ଦିଲ୍ଲୀରେ ଖୋଲିଲା ଆଲେନର ଶାଖା, ଶିରିଫୋର୍ଟ ସଭାଗାରରେ ଆୟୋଜିତ ହେଲା ଶୁଭାରମ୍ଭ କାର୍ଯ୍ୟକ୍ରମ

ମେଡିକାଲ ଓ ଇଂଜିନିୟରିଂ କୋଚିଂ ପାଇଁ ଏଣିକି ରାଜଧାନୀ ଦିଲ୍ଲୀ ଏବଂ ଏନ୍‌ସିଆର ଅଂଚଳ (ଗାଜିଆବାଦ, ଫରିଦାବାଦ,ନୋଏଡା,ଗ୍ରେଟେର ନୋଏଡା,ଗୁରୁଗ୍ରାମ)ର ଛାତ୍ରଛାତ୍ରୀମାନଙ୍କୁ ରାଜସ୍ଥାନର କୋଟା ଯିବାକୁ ପଡ଼ିବ ନାହିଁ। ଦେଶ ବିଦେଶରେ ମେଡିକାଲ ଏବଂ ଇଂଜିନିୟରିଂ ପ୍ରବେଶିକା ପରୀକ୍ଷାର ପ୍ରସ୍ତୁତି ପାଇଁ ପ୍ରସିଦ୍ଧି ଲାଭ କରିଥିବା ରାଜସ୍ଥାନ କୋଟାର ଆଲେନ୍‌ କ୍ୟାରିଅର ପ୍ରାଇଭେଟ ଇନଷ୍ଟିଚ୍ୟୁଟ ଦିଲ୍ଲୀ ଏବଂ ଏନ୍‌ସିଆରରେ ଆଜି ଏକାସଙ୍ଗେ ୧୧ଟି କୋଚିଂ ଇନ୍‌ଷ୍ଟିଚ୍ୟୁଟର ଶୁଭାରମ୍ଭ କରିଛି। ଏହି ଅବସରରେ ଆଲେନ୍‌ର ପ୍ରତିଷ୍ଠାତା ନିର୍ଦ୍ଦେଶକ ରାଜେଶ ମାହେଶ୍ବରୀ, ନି‌‌ର୍ଦ୍ଦେଶକ ଗୋବିନ୍ଦ ମାହେଶ୍ବରୀ, ନବୀନ ମାହେଶ୍ବରୀ ଏବଂ ଡ ବୁଜେଶ ମ‌ାହେଶ୍ବରୀ ଉପସ୍ଥିତ ଥିଲେ। ପ୍ରତିଷ୍ଠାତା ନିର୍ଦ୍ଦେଶକ ରାଜେଶ ମାହେଶ୍ବରୀ କହିଥିଲେ ଛାତ୍ରଛାତ୍ରୀମାନଙ୍କୁ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ କୋଚିଂରେ ଗୁଣବତ୍ତା ଶିକ୍ଷା ଉପରେ ବିଶେଷ ଫୋକସ ରହିବ।

ବର୍ତ୍ତମାନ କୋଟାର ଆଲେନ୍‌ କୋଚିଂ ସେଣ୍ଟରରେ ୧ ଲକ୍ଷ ୩୬ ହଜାର ଛାତ୍ରଛାତ୍ରୀ କୋଚିଂ ନେଉଛନ୍ତି। ଦିଲ୍ଲୀ ଏବଂ ଏନ୍‌ସିଆରରେ କୋଚିଂ ସମୟରେ ବିଦ୍ୟାର୍ଥିମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇଦିଆଯିବ ଯାହାଦ୍ବାରା ସେମାନଙ୍କୁ କୋଚିଂର ଲାଭ ମିଳିପାରିବ ବୋଲି ସେ କହିଥିଲେ। ଥିଙ୍କ କ୍ୟାରିୟର ଥିଙ୍କ ଆଲେନ ମନ୍ତ୍ର ସହ ଛାତ୍ରଛାତ୍ରୀମାନେ ଅଗ୍ରସର ହେବେ। ଗତ ୩୪ ବର୍ଷରେ ଆଲେନ ଛାତ୍ରଛାତ୍ରୀମାନଙ୍କର କ୍ୟାରିଅରକୁ ଏକ ଉଚ୍ଚ ସୋପାନରେ ପହଂଚାଇବାରେ ପ୍ରୟାସ ଜାରି ରଖିଛି। ଏହା ମଧ୍ୟ ଆଗକୁ ଜାରି ରହିବ ବୋଲି ସେ ବ୍ୟକ୍ତ କରିଥିଲେ। କୋଟା‌ରେ ଯେଉଁ ସିଦ୍ଧାନ୍ତ ଏବଂ ପ୍ରତିବଦ୍ଧତା ସହ ଆଲେନ କାର୍ଯ୍ୟ କରୁଛି ତାହା ଦିଲ୍ଲୀ ଏବଂ ଏନସିଆରରେ ପ୍ରତିଫଳିତ ହେବ।

ଦିଲ୍ଲୀର ଶିରିଫୋର୍ଟ ସଭାଗାରରେ ଆଜି ଆୟୋଜିତ ଶାଖା ଶୁଭାରମ୍ଭ କାର୍ଯ୍ୟକ୍ରମରେ ୨୦୨୩-୨୪ର ପ୍ରଥମ ବ୍ୟାଚର ୧୮୦୦ ଛାତ୍ରଛାତ୍ରୀ ଓରିଏଣ୍ଟେସନ ଅଧିବେଶନ‌ରେ ସେମାନଙ୍କର ଅଭିଭାବକ ମାନଙ୍କ ସହିତ ଉପସ୍ଥିତ ଥିଲେ। କୋଚିଂ କ୍ଲାସଗୁଡିକ ଏପ୍ରିଲ ମାସରୁ ଆରମ୍ଭ ହେବ। ଛାତ୍ରଛାତ୍ରୀମାନଙ୍କୁ ଷ୍ଟଡି ସେଣ୍ଟରଗୁଡ଼ିକରେ ଜେଇଇ-ମେନ୍‌,ଆଡଭାନ୍ସ,ନିଟ-ୟୁଜି, ଅଲମ୍ପିଆଡ୍‌ ପାଇଁ କୋଚିଂ ଦିଆଯିବା ସହିତ ଏବଂ ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରି-ନର୍ଚର-ଫାଉଣ୍ଡେସନ କ୍ଲାସେସ୍ ପରିଚାଳନା କରାଯିବ ବୋଲ ଆଲେନ ପକ୍ଷରୁ କୁହାଯାଇଛି।