Odia News Portal

ପୁଣି ବଢ଼ିବ କଟକଣା!

ଭୁବନେଶ୍ୱର : ଆସନ୍ତା ଜୁନ ପହିଲାରେ ରାଜ୍ୟରେ ଜାରି ରହିଥିବା ଲକଡାଉନର ଅବଧି ଶେଷ ହେଉଛି  । ଏହା ପରେ ସରକାର ପୁଣି ଥରେ ଲକଡାଉନ ଅବଧିକୁ ବଢେଇବେ କିମ୍ବା ଅନଲକ୍ ଅ ।ରମ୍ଭ କରିବେ ତାହାକୁ ନେଇ ସବୁଅ ।ଡ଼େ ଚର୍ଚ୍ଚା ଅ ।ରମ୍ଭ ହୋଇଛି  ।
ରାଜ୍ୟରେ ସଂକ୍ରମଣ ପିକ କ୍ରସ କରିସାରିଲାଣି ସଂକ୍ରମଣ ନିମ୍ନଗାମୀ ହେଲାଣି  । ଟିପିଆର କମିଛି,  ଅ ।ଜି ୧୪ ପ୍ରତିଶତ ରହିଛି । ଯାହା ପିକ ବେଳେ ୨୬ ପ୍ରତିଶତ ରହିଥିଲା  । ଏହା ଇଙ୍ଗିତ କରୁଛି ସଂକ୍ରମଣ ଧୀରେ ଧୀରେ କମିବ । ଯେତିକି କଟକଣା ଅଛି ତାହାକୁ ଅ ।ହୁରି କଡାକଡି କରିବାକୁ ପଡିବ ।  ଡବ୍ଲୁଏଚଓ ଅନୁଯାୟୀ ପଜିଟିଭ ରେଟ ପାଞ୍ଚ ପ୍ରତିଶତ ନ କମିବା ପର୍ଯ୍ୟନ୍ତ କଟକଣା କୋହଳ ନ କରିବା ପାଇଁ କୁହାଯାଇଛି  । ଏନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରଜ ମିଶ୍ର ସୂଚନା ଦେଇଛନ୍ତି  ।
ରାଜ୍ୟରେ ଲକଡାଉନ ଠିକ ସମୟରେ ହୋଇଥିବାରୁ ଟିପିକାଲ ପିକ କଲା ନାହିଁ ଏହା ପ୍ଲାଟୁ ଷ୍ଟେଜରେ ରହିଲା । ତିନି 4 ମାସରେ ଯଦି ବୃହତ ଭାବରେ ଭାକସୀନେସନ କରାଯାଏ ତେବେ ତୃତୀୟ ଲହରୀ ଅ ।ସିବ ନାହିଁ  ।  ଯଦି ଅ ।ସେ ଏହାର ପ୍ରଭାବ ପଡ଼ିବନି  । ଏକ୍ସପର୍ଟ କମିଟି ମଧ୍ୟ ବହୁତ ଭଲ ଉପଦେଶ ଦେଉଛନ୍ତି, ତେଣୁ ତୃତୀୟ ଲହରୀର ପ୍ରଭାବ ରାଜ୍ୟରେ ପଡିନପାରେ  । କାରଣ କମିଟିର ଉପଦେଶ ନେଇ ସରକାର ଉଚିତ
ପଦକ୍ଷେପ ନେଇସାରିଥିବେ  । ସେହିପରି ଅ ।ଉ ଦୁଇ ସପ୍ତାହ ଅନ୍ତତଃ ଲକଡାଉନ କରାଯାଉ  ତାପରେ କିଛି ପରିମାଣରେ ଦେଖିକି କଟକଣା ହଟେଇବାକୁ ପଡିବ  । ପଜିଟିଭ ରେଟ ପାଞ୍ଚ ପ୍ରତିଶତକୁ ଏକ ବେଞ୍ଚମାର୍କ ଭାବେ ଦେଖିବାକୁ ପଡିବ  । ପାଞ୍ଚ ପ୍ରତିଶତ ତଳକୁ ଯଦି ଟିପିଅ ।ର ଦୁଇ ସପ୍ତାହ ମଧ୍ୟରେ କମିଯାଏ ତେବେ ଅ ।ଉ କଟକଣା ବୃଦ୍ଧି କରିବାର ଅ ।ବଶ୍ୟକତା ନାହିଁ  ।
 ରାଜ୍ୟରେ ଧୀରେ ଧୀରେ କମୁଛି ସଂକ୍ରମଣ ହାର  । କିଛି ଦିନ ହେଲା ଏକ ନିର୍ଦ୍ଦିଷ୍ଟ ସ୍ତରରେ ରହିଛି ସଂକ୍ରମଣ  । କିଛି ଦିନ ତଳେ ୨୫ ପ୍ରତିଶତ ଉପରକୁ ଉଠି ଯାଇଥିଲା ଟେଷ୍ଟ ପଜିଟିଭିଟି ରେଟ୍  । ତେବେ ଗତ ୫ ଦିନର ସଂକ୍ରମଣ ହାର ଉପରେ ନଜର ପକାନ୍ତୁ  । ଯାହାକି ସୂ·ଉଛି, ରାଜ୍ୟରେ କରୋନା ଶୀର୍ଷ ଛୁଇଁ ତଳକୁ ଖସୁଛି  ।
ମେ’ ୨୪ ତାରିଖରେ ସଂକ୍ରମଣ ହାର ଥିଲା ୧୭.୫୬ ପ୍ରତିଶତ । ତେବେ ଗତ ୨୪ ଘଂଟା ଭିତରେ ୪୮ହଜାର ୬୪୯ କରୋନା ପରୀକ୍ଷା କରାଯାଇଥିବା ବେଳେ ୭ ହଜାର ୧୮୮ ଅ ।କ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ହାର ରହିଛି ୧୪.୭୭ ପ୍ରତିଶତ  । ବିଶେଷଜ୍ଞଙ୍କ ମତରେ ଏହା ଇଙ୍ଗିତ କରୁଛି ସଂକ୍ରମଣ ଗ୍ରାଫ୍ ତଳମୁହାଁ ହେଉଛି  । ଠିକ୍ ସମୟରେ ଲକ୍ଡାଉନ କରାଯାଇଥିବାରୁ ରାଜ୍ୟରେ ଦୈନିକ ସଂକ୍ରମଣ ଗ୍ରାଫ୍ ଅତି ଉପରକୁ ଉଠିଲା ନାହିଁ, ଏହା ପ୍ଲାଟୋ ସ୍ତରରେ ରହିଗଲା ବୋଲି କହିଛନ୍ତି ଡାକ୍ତର ନିରୋଜ ମିଶ୍ର ।
ପଜିଟିଭିଟି ରେଟ୍ ୫ ପ୍ରତିଶତ ନକମିବା ପର୍ଯ୍ୟନ୍ତ କଟକଣା କୋହଳ ନକରିବାକୁ ପରାମର୍ଶ ଦେଇଅ ।ସିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ  । ତେଣୁ ଲକଡାଉନକୁ ବଢାଇବେ ନା’ ରାଜ୍ୟ ସରକାର ଧୀରେ ଧୀରେ ଅନଲକ କରିବା ପ୍ରକ୍ରିୟା ଅ ।ରମ୍ଭ କରିବେ, ଏହା ଉପରେ ସମସ୍ତଙ୍କ ନଜର ରହିଛି  ।