Odia News Portal

ପ୍ରେମ ନିବେଦନ ନଶୁଣିବାରୁ ଯୁବତୀଙ୍କୁ ଏସିଡ୍ ମାଡ଼ କଲା ପାଗଳ ପ୍ରେମିକ

ଭୁବନେଶ୍ୱର: ଏକତରଫା ପ୍ରେମର କରୁଣ ପରିଣତି । ଯୁବତୀଙ୍କୁ ଦୀର୍ଘଦିନ ହେବ ପ୍ରେମ ନିବେଦନ କରି ଆସୁଥିଲେ ଯୁବତୀ । ପ୍ରେମ ନିବେଦନକୁ ପ୍ରତ୍ୟାଖ୍ୟାନ କରୁଥିଲେ ଯୁବତୀ । ଶେଷରେ ପ୍ରେମିକର ମୁଣ୍ଡକୁ ପିତ ଚଢ଼ିଯାଇଥିଲା । ଆଉ ଯୁବତୀଙ୍କୁ ଏସିଡ ମାଡ଼ କରିବାକୁ ପଛାଇନାହିଁ । ରାଜଧାନୀ ଉପକଣ୍ଠ ଧଉଳୀ ଥାନା ବାଲିଆପଡ଼ା ଗାଁରୁ ଏଭଳି ଖବର । ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଯୁବତୀଙ୍କ ଶରୀରର କିଛି ଅଂଶ ପୋଡି ଯାଇଛି । ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଯୁବତୀଙ୍କ ପରିବାର ଅଭିଯୋଗ କରିଛନ୍ତି । ସେପଟେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।