ଭୁବନେଶ୍ୱର: ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରେ ଗିରଫ ହେଲା ବଏଫ୍ରେଣ୍ଡ୍ ରାକେଶ ସ୍ୱାଇଁ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ପୋଲିସ ମୃତ ଝରାଫୁଲଙ୍କ ବଏଫ୍ରେଣ୍ଡ୍ ରାକେଶ ସ୍ୱାଇଁଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଗିରଫ କରିଛି ।ତେବେ ଗିରଫ ପରେ ରାକେଶକୁ ଏୟାର ଫିଲ୍ଡ ପୋଲିସ ଯାଜପୁର ପୋଲିସକୁ ହସ୍ତାନ୍ତର କରିଛି ।

ସୂଚନା ଅନୁଯାୟୀ, ଝରାଫୁଲଙ୍କ ଗାଁରେ ଏଲ ଆଣ୍ଡ ଟି ପାଇପଲାଇନରେ କାମ କରୁଥିଲା ଅଭିଯୁକ୍ତ ରାକେଶ । ସେହି ସମୟରେ ଗାଁକୁ ଯାଇଥିଲେ ଝରାଫୁଲ । କୌଣସି ପ୍ରକାରେ ଝରାଫୁଲଙ୍କ ନମ୍ବର କାହାଠାରୁ ନେଇଥିଲା ରାକେଶ । ନମ୍ବର ନେବା ପରେ ଆରମ୍ଭ ହୋଇଥିଲା କଥାବାର୍ତ୍ତା ।ତେବେ ଏନେଇ ବାପାଙ୍କୁ ଜଣାଇଥିଲେ ଝରାଫୁଲଙ୍କ ଭାଇ ।କିନ୍ତୁ ରାକେଶ ସାଙ୍ଗରେ କଥା ନହେବା ନେଇ ପରିବାର ଲୋକ ଯେତେ ବୁଝାଇଲେ ମଧ୍ୟ ମାନିବାକୁ ନାରାଜ ଥିଲେ ଝରାଫୁଲ ।


ତେବେ ଝରାଫୁଲ ଭୁବନେଶ୍ୱର ଆସିବା ନେଇ ମଧ୍ୟ ରାକେଶଙ୍କୁ ଚାଟରେ ଜଣାଇଥିଲେ । ଏହାପରେ ବାରମ୍ବାର ଭିଡିଓ କଲ୍ ସହ ଚାଟିଂ କରି ହଇରାଣ କରୁଥିଲା ରାକେଶ । ଏନେଇ ପୋଲିସକୁ ଝରାଫୁଲଙ୍କ ବାପା ଜଣାଇବା ପରେ ରାକେଶକୁ ଅଟକ ରଖି ପଚରାଉଚରା ପରେ ଗିରଫ କରାଯାଇଛି ।