ରାଜ୍ୟରେ ନବମ ଓ ଏକାଦଶ କ୍ଲାସ୍ ବନ୍ଦ
*ନବମ ଏବଂ ଏକାଦଶ ଶ୍ରେଣୀ ଏପ୍ରିଲ ୮ରୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ବନ୍ଦ |
*ଦଶମ ଏବଂ ଦ୍ଵାଦଶ ଶ୍ରେଣୀ କ୍ଲାସ୍ ଏପ୍ରିଲ ୨୫ ପର୍ଯ୍ୟନ୍ତ ଚାଲୁ ରଖିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର: ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ବଡ ନିଷ୍ପତ୍ତି ନେଇଛି ସ୍କୁଲ୍ ଓ ଗଣଶିକ୍ଷା ବିଭାଗ । ନବମ ଓ ଏକାଦଶ କ୍ଲାସକୁ ବନ୍ଦ କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଆଜି ସଂକ୍ରମିତ ସଂଖ୍ୟା ୭୯୧ରେ ପହଁଚିଛି | ଏହି ପରି ସ୍ଥିତିରେ କ୍ଲାସ୍ ହେଲେ ପିଲାମାନେ ସଂକ୍ରମିତ ହେବାର ଭୟ ରହିଛି । ଏହାକୁ ଆଖି ଆଗରେ ରଖି ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ଆସନ୍ତା ୩୦ ତାରିଖ ଯାଏଁ ନବମ ଓ ଏକାଦଶ ଶ୍ରେଣୀ କ୍ଲାସକୁ ବନ୍ଦ କରିଦେଇଛନ୍ତି ।

ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ଉପରୋକ୍ତ ଦୁଇ ଶ୍ରେଣୀର ପିଲାଙ୍କୁ ଘରକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ଏହି ଦୁଇ ଶ୍ରେଣୀର ପିଲା ହଷ୍ଟେଲ, ଆବାସିକ ସ୍କୁଲରେ ପଢୁଛନ୍ତି ତେବେ ସେମାନଙ୍କୁ ଶୀଘ୍ର ଘରକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଦଶମ ଏବଂ ଦ୍ଵାଦଶ ଶ୍ରେଣୀ କ୍ଲାସ୍ ଏପ୍ରିଲ ୨୫ ପର୍ଯ୍ୟନ୍ତ ଚାଲୁ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ନବମ ଏବଂ ଏକାଦଶ ଶ୍ରେଣୀ ଏପ୍ରିଲ ୮ରୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଉଭୟ ସରକାରୀ ଓ ବେସରକାରୀ ସ୍କୁଲର ପିଲାଙ୍କ ପାଇଁ ଏହି ନିର୍ଦ୍ଦେଶନାମା ଲାଗୁ ହୋଇଛି । ଯଦି ଆବଶ୍ୟକ ହୁଏ, ତେବେ ଆବଶ୍ୟକସ୍ଥଳେ ସ୍କୁଲମାନେ ଅନଲାଇନ୍ ଜରିଆରେ ପାଠ ପଢାଇପାରିବେ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି ।