Odia News Portal

କରୋନାକୁ ହରାଇଲେ ୯୭ ବର୍ଷୀୟା ବୃଦ୍ଧା

ଭୁବନେଶ୍ୱର: ଉପଯୁକ୍ତ ଚିକିତ୍ସା, ସେବା ଓ ଯତ୍ନ ମିଳିଲେ ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ କରୋନା ମହାମାରୀକୁ ଅନାୟସରେ ପରାସ୍ତ କରିପାରିବେ ତାହା ପୁଣି ଥରେ ପ୍ରମାଣିତ ହୋଇଛି ଜଣେ ୯୭ ବର୍ଷୀୟା ବୃଦ୍ଧାଙ୍କ କ୍ଷେତ୍ରରେ । ସମ୍ କୋଭିଡ ହସ୍ପିଟାଲ୍‌ରୁ ପୁଣି ଜଣେ ବୟୋଜ୍ୟେଷ୍ଠ।। ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବାଲେଶ୍ୱର ଅଂଚଳର ଶ୍ରୀମତି ଚଂଚଳା ବେହେରା ଗତ ଜୁନ୍ ମାସ ୧୮ ତାରିଖରେ କରୋନା ସଂକ୍ରମିତ ହେବା ପରେ ଭୁବନେଶ୍ୱର ସମ୍ କୋଭିଡ ହସ୍ପିଟାଲରେ ଭର୍ତି ହୋଇଥିଲେ ।

ହସ୍ପିଟାଲ୍‌ରେ ଭର୍ତି ହେବା ସମୟରେ ସେ ଉଚ୍ଚ ରକ୍ତଚାପ ଓ ଶ୍ୱାସଜନିତସମସ୍ୟା ଯୋଗୁଁ ଗୁରୁତର ହୋଇପଡ଼ିଥିଲେ । ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତି କରାଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା । ପୂର୍ବରୁ ହୃଦରୋଗ ଜନିତ ସମସ୍ୟା ରହିଥିବାରୁ ତାଙ୍କ ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦିଆଯାଇଥିଲା । ତେବେ ସମ୍ କୋଭିଡ୍ ଟିମ୍‌ର ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟ କର୍ମୀଙ୍କ ଚିକିତ୍ସା, ସେବା ଓ ଯତ୍ନ ଫଳରେ ଦୀର୍ଘ ୨୦ ଦିନ ପରେ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଚଂଚଳା । ସେ ସୁସ୍ଥ ହେବା ପରେ ଘରକୁ ଯିବା ସମୟରେ ସମ୍ କୋଭିଡ ଟିମ୍‌କୁ ଅଶେଷ ଧନ୍ୟବାଦଓ କୃତଜ୍ଞତା ଜଣାଇଛନ୍ତି ତାଙ୍କ ବୋହୁ ଶ୍ରୀମତି ତପସ୍ୱିନୀ ବେହେରା ।