Odia News Portal

ଏକା ସାଙ୍ଗେ ଶପଥ ନେଲେ ୯ ନୂଆ ବିଚାରପତି

ଭାରତ ଇତିହାସରେ ଯୋଡି ହେଲା ଆଉ ଏକ ଅଧ୍ୟାୟ । ଏକାସାଙ୍ଗେ ସପଥ ନେଲେ ୯ ବିଚାରପତି । ଶପଥପାଠ ପ୍ରଧାନ ବିଚାରପତି ଏନ.ଭି ରମନ୍ନା କରାଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟର ଅତିରିକ୍ତ ଭବନର ସଭାଗାରରେ ଏହି ଶପଥ ଗ୍ରହଣ ସମାରୋହ ହୋଇଥିଲା । ଏହା ପ୍ରଥମ ଘଟଣା ଯେ, ଏତେ ସଂଖ୍ୟକ ଜଜଙ୍କୁ ନେଇ ବଡ ଶପଥ ସମାରୋହ ଆୟୋଜନ କରାଯାଇଥିଲା । 

ତେବେ ଶପଥ ନେଇଥିବା ୯ଜଣ ବିଚାରପତିଙ୍କ ମଧ୍ୟରୁ ୩ ଜଣ ମହିଳା ବିଚାରପତି ଶପଥ ନେଇଛନ୍ତି । ସୂଚନା ଅନୁସାରେ ନୂତନ ଜଜଙ୍କ ଶପଥ ପାଠ ପ୍ରଧାନ ବିଚାରପତିଙ୍କ କୋର୍ଟ ରୁମରେ କରାଯାଏ । ତେବେ ନଅ ଜଣଙ୍କ ଶପଥ ପରେ ସର୍ବୋଚ୍ଚ ନ୍ୟାୟଳୟରେ ସିଜେଆଇ ରମନ୍ନାଙ୍କ ସମେତ ଜଜଙ୍କ ସଂଖ୍ୟା ୩୩କୁ ବୃଦ୍ଧି ପାଇଛି । 

ଶପଥ ନେଇଥିବା ନଅ ଜଣ ବିଚାରପତି ହେଉଛନ୍ତି ବିଚାର ପତି ଅଭୟ, ବିଚାରପତି ଶ୍ରୀନିବାସ ଓକା, ବିଚାରପତି ବିକ୍ରମ ନାଥ, ବିଚାରପତି ଜିତେନ୍ଦ୍ର କୁମାର ମାହେଶ୍ୱରୀ, ବିଚାରପତି ହିମା କୋହଲି, ବିଚାରପତି ବିଭି ନାଗରତ୍ନା, ବିଚାରପତି ସିଟି ରବିକୁମାର, ବିଚାରପତି ଏମଏସ ସୁନ୍ଦରେଶ, ବିଚାରପତି ବେଲା ଏମ ତ୍ରିବେଦୀ ଓ ବିଚାରପତି ପିଏସ ନରସିମାହ