Odia News Portal

ଟିକା ପାଇଁ ଉତ୍ସାହ : ୩ ଘଣ୍ଟାରେ ୮୦ ଲକ୍ଷ ପଞ୍ଜିକରଣ

ନୂଆଦିଲ୍ଲୀ : ଆଜିଠାରୁ ୧୮ ବର୍ଷରୁ ୪୪ ବର୍ଷ ପର୍ଯ୍ୟନ୍ତ ଟିକାକରଣ ପାଇଁ ପଞ୍ଜିକରଣ ଆରମ୍ଭ ହୋଇଛି । ପଞ୍ଜିକରଣ ପାଇଁ ଯୁବବର୍ଗଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି । ଏପରି ହୋଇଥିଲା ଯେ, ପ୍ରତି ମିନିଟ୍ରେ ୨୭ ଲକ୍ଷରୁ ଅଧିକ ଲୋକ ପଞ୍ଜିକରଣ ପାଇଁ ଚେଷ୍ଟା କରୁଥିଲେ । କୋ ୱିନ୍ ଆପକୁ ଯାଇ ରେଜିଷ୍ଟ୍ରେସନ କରିବା ପାଇଁ ଦେଖାଦେଇଥିଲା ଅସମ୍ଭବ ଆଗ୍ରହ । ପରିସ୍ଥିତି ଏପରି ହୋଇଥିଲା ଯେ ଏହି ୱେବସାଇଟ୍ କ୍ରାସ୍ କରିଯାଇଥିଲା । ଏବେ ପଞ୍ଜିକରଣ ଆରମ୍ଭ ହେବାର ୩ଘଣ୍ଟା ମଧ୍ୟରେ ୮୦ଲକ୍ଷ ଲୋକ ଟିକାକରଣ ପାଇଁ ପଞ୍ଜିକରଣ କରିସାରିଥିବା ଜଣାପଡ଼ିଛି।

ତେବେ ବହୁସଂଖ୍ୟକ ଲୋକ ସୋସିଆଲ୍ ମିଡିଆରେ ଜଣାଇଲେ ଯେ ଏହି ସାଇଟ୍ କାମ କରୁନାହିଁ । କିନ୍ତୁ ପରବର୍ତ୍ତୀ ସମୟରେ ଆରୋଗ୍ୟ ସେତୁ ପକ୍ଷରୁ ସ୍ପଷ୍ଟ କରାଗଲା ଯେ ପୋର୍ଟାଲ କାମ କରୁଛି ଓ ଟିକା ନେବା ପାଇଁ ପଂଜିକରଣ କରିପାରିବେ । ଏହାପରେ ପୋର୍ଟାଲ କାମ କଲା ଓ ପଂଜିକରଣ ଜାରି ରହିଛି । କିନ୍ତୁ ସିଡ୍ୟୁଲ୍ ଆସୁନାହିଁ । ଅର୍ଥାତ ଆପଣ ଟିକା କେତେବେଳେ ଓ କେଉଁଠି ନେବେ ସେ ସୂଚନା ଦିଆଯାଉନାହିଁ । ପରେ ଆରୋଗ୍ୟ ସେତୁ ପକ୍ଷରୁ କୁହାଗଲା ଯେ ରାଜ୍ୟ ସରକାର ଓ ଘରୋଇ ହସପିଟାଲଗୁଡିକ ସିଡ୍ୟୁଲ କରିନାହାଁନ୍ତି । ପ୍ରକୃତରେ ମୂଳ ସମସ୍ୟା ହେଉଛି କାହା ପାଖରେ ଟିକା ନାହିଁ । ରାଜ୍ୟଗୁଡିକ କୋଟି କୋଟି ଟିକାର ଅର୍ଡର ଦେଇଛନ୍ତି କିନ୍ତୁ ଟିକା ମିଳିପାରୁନାହିଁ । ତେଣୁ ଆପଣ ରେଜିଷ୍ଟ୍ରେସନ କରିଥିଲେ ବି ଟିକା କେବେ ନେବେ, ଟିକା ମିଳିବା ପରେ ଯାଇ ସ୍ପଷ୍ଟ ହେବ ।