କଳାହାଣ୍ଡି: କର୍ଲାପାଟ ଅଭୟାରଣ୍ୟରେ ଥମୁନି ହାତୀ ମଡ଼କ | କର୍ଲାପାଟରେ ଏବେ ହାତୀ ମୃତ୍ୟୁ ସଂଖ୍ୟା ୭ କୁ ପହଞ୍ଚିଛି । ଶନିବାର ଘୁଷୁରୀଗୁଡି ନାଳ ନିକଟରୁ ଆଉ ଏକ ହାତୀ ଛୁଆର ମୃତ ଦେହ ଠାବ କରାଯାଇଛି। କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁ ଘଟଣାର କେନ୍ଦ୍ରୀୟ ଟିମ୍ ଅଭୟାରଣ୍ୟରେ ଅନୁଧ୍ୟାନ ପରେ ହାତୀ ମୃତ୍ୟୁର କାରଣ ଜାଣିବାକୁ ଟିମ ସଂଗ୍ରହ କରିଥିବା ନମୁନା ଇନ୍ଦୋର ଆଇଭି.ଆର.ଆଇ ଲାବୋରାଟାରୀ ପଠାଯିବ। ତେବେ ରିପୋର୍ଟ ଆସିବା ପରେ ଏହା ସ୍ପଷ୍ଟ ହେବ। ହେଲେ ପ୍ରାଥମିକ ତଦନ୍ତରୁ ମୃତକ ମଧ୍ୟରେ ୫ ହାତୀ ଗର୍ଭବତୀ ରହିଥିଲେ ତେଣୁ ସଂକ୍ରମଣ ମୃତ୍ୟୁର କାରଣ ହୋଇଥାଇପାରେ ବୋଲି କୁହାଯାଉଛି ।
ତେବେ ହାମରେଜ ସେପ୍ଟିସେମିଆ ମୃତ୍ୟୁର କାରଣ କି ନାହିଁ ତାହା ଲାବୋରାଟାରୀରୁ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ। ହେଲେ ହାତୀ କିପରି ସଂକ୍ରମିତ ହେଲେ ଅନୁଧ୍ୟାନର ଆବଶ୍ୟକତା ରହିଛି। ଅଭୟାରଣ୍ୟରେ ହାତୀ ସୁରକ୍ଷା ପାଇଁ ଆଉ ଏକ ମାସ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଶାସନକୁ କମିଟି ପରାମର୍ଶ ଦିଆଯାଇଛି। ହେଲେ ହାତୀ ମୃତ୍ୟୁ ପରେ ନିଆଯାଇଥିବା ପଦକ୍ଷେପ ଉପରେ କମିଟି ସନ୍ତୋଷ ବ୍ୟକ୍ତ କରିଛନ୍ତି।