ଭୁବନେଶ୍ୱର: ରାଜ୍ୟରେ ଥମିବାର ନାଁ ଧରୁନି କରୋନାଜନିତ ମୃତ୍ୟୁ । ପ୍ରତିଦିନ ୬୦ ଉପରେ ରହୁଛି ମୃତ୍ୟୁ ସଂଖ୍ୟା । ତେବେ ରାଜ୍ୟରେ ଦିନକରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୬୮ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ କଟକରୁ ସର୍ବାଧିକ ୨୫, କେନ୍ଦ୍ରାପଡା ଓ ଖୋର୍ଦ୍ଧାରୁ ୭ ଲେଖାଏଁ, ଜଗତସିଂହପୁର ୬, ଅନୁଗୁଳ ଓ ମୟୁରଭଞ୍ଜରୁ ୫ ଲେଖାଏଁ, ବାଲେଶ୍ୱର,ଭଦ୍ରକ,ଢେଙ୍କାନାଳରୁ ୩ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ନୟାଗଡରୁ ୨, ବୌଦ୍ଧ,ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି। ଏହାସହ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୭୬୫ରେ ପହଞ୍ଚିଛି।