ଭୁବନେଶ୍ୱର: ରାଜ୍ୟରେ ମିଳୁ ନାହାନ୍ତି ୬୨ ବ୍ରିଟେନ ଫେରନ୍ତା | ରାଜ୍ୟରେ ଲଣ୍ଡନ ଫେରନ୍ତାଙ୍କ ଠିକଣା ଖୋଜି ଖୋଜି ନୟାନ୍ତ ହେଲାଣି ସ୍ୱାସ୍ଥ୍ୟ ବିଭାଗ । ନଭେମ୍ବର ୩୦ରୁ ଡିସେମ୍ବର ୨୧ ପର୍ଯ୍ୟନ୍ତ ଲଣ୍ଡନରୁ ୧୮୧ଜଣ ଓଡ଼ିଶା ଫେରିଛନ୍ତି । ଯେଉଁଥିରୁ ୧୧୯ ଜଣଙ୍କ ପତ୍ତା ମିଳିଯାଇଛି ଏବଂ ସେମାନଙ୍କ କରୋନା ପରୀକ୍ଷା ମଧ୍ୟ କରାଯାଇଛି। ତେବେ ସେଥିରୁ ୬ ଜଣ ପଜିଟିଭ ବାହାରିଥିବା ସମୟରେ ବାକି ୬୨ ଜଣ ଭୁଲ ଫୋନ ନମ୍ବର ଓ ଠିକଣା ଦେଇଥିବାରୁ ସେମାନଙ୍କ ପତ୍ତା ପାଇ ପାରୁନି ଵିଏମସି । ଭୁଲ ମୋବାଇଲ ଫୋନ ନମ୍ବର ଦେଇଥିବାରୁ ଲଣ୍ଡନ ଫେରନ୍ତାଙ୍କୁ ଟ୍ରେଶ୍ କରିବା କଷ୍ଟସାଧ୍ୟ ହେଉଥିବା କହିଛନ୍ତି ଜିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି ।
ଅନ୍ୟପକ୍ଷେ ନୂଆ ଭୂତାଣୁର ସଂକ୍ରମଣ ପୁରୁଣା ଅପେକ୍ଷା ୭୦ ପ୍ରତିଶତ ଅଧିକ ହେବ ବୋଲି ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି ସୂଚନା ପ୍ରଦାନ କରିଛନ୍ତି । ନୂଆ ଭୂତାଣୁରେ କୋଭିଡ ୧୯ ଭଳି ସମାନ ଲକ୍ଷଣ ରହିଛି । ସେପଟେ ଟିକାକରଣ ପାଇଁ ଯଥେଷ୍ଟ ଲୋକ ଅଛନ୍ତି । ପ୍ରଥମେ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବା ପରେ ଅନ୍ୟମାନଙ୍କୁ ଦିଆଯିବ । ଓଡ଼ିଶାରେ ବି ଡ୍ରାଏ ରନ୍ ହେବ ବୋଲି ଜିଏମ୍ଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି କହିଛନ୍ତି ।