ବରଗଡ଼: ବରଗଡ଼ ଓ ବଲାଙ୍ଗୀର ଗସ୍ତରେ 5t ସଚିବ ଭିକେ ପାଣ୍ଡିଆନ୍ | ଆଜି ବରଗଡ଼ ଜିଲ୍ଲା ଗସ୍ତ କରିବେ 5t ସଚିବ | ଫୋକସ୍ରେ ଅଛି ପଶ୍ଚିମ ଓଡ଼ିଶା । ପାଇକମାଲରେ ନୃସିଂହନାଥ ମନ୍ଦିର ପରିଦର୍ଶନ ସହ ଉନ୍ନତି କାର୍ଯ୍ୟର ସମୀକ୍ଷା କରୁଛନ୍ତି ।

ବରଗଡ ସତିଭଟା ଏୟାରଷ୍ଟ୍ରିପରେ ପହଞ୍ଚିବା ପରେ ସେଠାରୁ ମନ୍ଦିର ଯାଇଛନ୍ତି 5t ସଚିବ । ଭିକେ ପାଣ୍ଡିଆନଙ୍କ ସହିତ ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ, ଜଳ ସମ୍ପଦ ସଚିବ ଅନୁ ଗର୍ଗ, ସ୍ୱତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା ପ୍ରମୁଖ ବରଗଡ ଯାଇ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି ।

ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ବରଗଡ଼ ପରେ ବଲାଙ୍ଗୀରର ପ୍ରସିଦ୍ଧ ହରିଶଙ୍କର ପୀଠ ବୁଲିବା କାର୍ଯ୍ୟକ୍ରମ ରହିଛି। ଲୋୟର ସୁକତେଲ ଜଳ ସେଚନ ପ୍ରକଳ୍ପର ମଧ୍ୟ ତଦାରଖ କରିବେ ସଚିବ।