ଭୁବନେଶ୍ବର: ସ୍କୁଲ ପରିଦର୍ଶନ କଲେ ୫-ଟି ସଚିବ । ରାଜଧାନୀରେ ବିଭିନ୍ନ ସ୍କୁଲ ପରିଦର୍ଶନ କଲେ ୫-ଟି ସଚିବ ଭି.କେ ପାଣ୍ଡିଆନ୍ । ଶିକ୍ଷକ ଓ ସ୍କୁଲ ପରିଚାଳନା କମିଟି ସହ ବିଭିନ୍ନ ପ୍ରସଙ୍ଗ ନେଇ ୫-ଟି ସଚିବ ଆଜି ଆଲୋଚନା କରିଛନ୍ତି । ଗସ୍ତ ସମୟରେ ୫-ଟି ସଚିବଙ୍କ ସହ ବିଏମ୍ସି କମିଶନର ମଧ୍ୟ ଉପସ୍ଥିତ ରହିଥିଲେ ।

ମୋ ସ୍କୁଲ କାର୍ଯ୍ୟକ୍ରମର ଅନୁଧ୍ୟାନ କରିଛନ୍ତି ୫-ଟି ସଚିବ । ଆଜି ୫-ଟି ସଚିବ କ୍ୟାପିଟାଲ ହାଇସ୍କୁଲ , ଯୁନିଟ-୬, ଯୁନିଟ-୧, ଆଇଆରସି ଭିଲେଜ୍ ହାଇସ୍କୁଲ ପରିଦର୍ଶନ କରିଛନ୍ତି । ସେହିପରି ୟୁନିଟ-୯ ବାଳିକା ହାଇସ୍କୁଲ ମଧ୍ୟ ପରିଦର୍ଶନ କରିଛନ୍ତି । ସ୍କୁଲ ଗସ୍ତ ସମୟରେ ଶିକ୍ଷକ ଓ ସ୍କୁଲ ପରିଚଳନା କମିଟି ସଦସ୍ୟମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ୫-ଟି ସଚିବ ।

ହାଇସ୍କୁଲରେ ଥିବା ସାଇନ୍ସ ଲ୍ୟାବ, ସ୍ମାର୍ଟ କ୍ଲାସରୁମ୍, ରାଇବ୍ରେରୀ ରିଡିଂ ରୁମ୍, ଖେଳ ସୁବିଧା ସହ ଦଶମରେ A1 ଗ୍ରେଡ୍ ପରୀକ୍ଷା ଫଳ ନେଇ ୫-ଟି ସଚିବ ପାଣ୍ଡିଆନ୍ ଆଲୋଚନା କରିଛନ୍ତି । ହାଇସ୍କୁଲ୍ ଗୁଡ଼ିକରେ ଏବେ ଥିବା ଭିତ୍ତିଭୂମି ଏବଂ କଣ କରାଗଲେ ଏଥିରେ ସୁଧାର ଆସିପାରିବ ସେନେଇ ନେଇ ୫-ଟି ସଚିବ ପାଣ୍ଡିଆନ୍ ସ୍କୁଲ୍ କର୍ତ୍ତୃପକ୍ଷଙ୍କ ସହ କଥା ହୋଇଛନ୍ତି ।