ଭୁବନେଶ୍ୱର: ସକାଳୁ ସକାଳୁ ରାଜଧାନୀର ବିଭନ୍ନ ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ୫-ଟି ସଚିବ ଭି.କେ. ପାଣ୍ଡିଆନ । ପ୍ରଥମେ ବରମୁଣ୍ଡାରେ ଚାଲିଥିବା ଆନ୍ତର୍ଜାତୀୟ ବସ୍ ଟର୍ମିନାଲ ପ୍ରକଳ୍ପର ସମୀକ୍ଷା କରିଛନ୍ତି । କିଭଳି ଶୀଘ୍ର କାର୍ଯ୍ୟ ଶେଷ ହେବ ସେମ୍ପର୍କରେ ଆଲୋକପାତ କରିଥିଲେ ।

ବିଡିଏ କେୟାର ହସ୍ପିଟାଲ ନିକଟସ୍ଥ ବସ୍ତି ବାସିନ୍ଦାଙ୍କ ଲାଗି ବିଏମସି ପକ୍ଷରୁ କରାଯାଉଥିବା ହାଉସିଂ ପ୍ରୋଜେକ୍ଟର ସମୀକ୍ଷା କରିଛନ୍ତି । କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା କରିବା ସହ କିଭଳି ହିତାଧିକାରୀଙ୍କୁ ଶୀଘ୍ର ଘର ଦିଆଯିବ ସେ ଉପରେ ଆଲୋଚନା କରିଥିଲେ । ଏହାପରେ ଇନଫୋସିଟିର ଇଡ୍କୋ ଇନକୁବେସନ ସେଂଟର ନିର୍ମାଣ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଛନ୍ତି ।

ତେବେ ଏହି ଅବସରରେ ୫-ଟି ସଚିବଙ୍କ ସହ ଭୁବନେଶ୍ୱର ମହାନଗର ନିଗମ କମିଶନର ସଞ୍ଜୟ ସିଂହ, ପୂର୍ତ୍ତ ସଚିବ ଡକ୍ଟର କ୍ରିଷନ କୁମାର ଓ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା ପ୍ରମୁଖ ଉପସ୍ଥିତ ଥିଲେ ।
