ଭୁବନେଶ୍ୱର: ଭୁବନେଶ୍ୱର ଉପ ଜିଲାପାଳଙ୍କ କାର୍ୟ୍ୟାଳୟ ଓ ତହସିଲ କାର୍ୟ୍ୟାଳୟରେ କେତେକ କର୍ମଚାରୀ କୋଭିଡ ସଂକ୍ରମିତ ଚିହ୍ନଟ ହେବାପରେ ଉଭୟ କାର୍ୟ୍ୟାଳୟକୁ ବନ୍ଦ ରଖାଯାଇଛି। ଏହି ଦୁଇ କାର୍ୟ୍ୟାଳୟରେ ୭ ଜଣ କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଉପଜିଲାପାଳଙ୍କ କାର୍ୟ୍ୟାଳୟର ୪ ଜଣ ଏବଂ ତହସିଲ କାର୍ୟ୍ୟାଳୟରେ ୩ ଜଣ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାପରେ କର୍ତ୍ତୃପକ୍ଷ ଦୁଇଟିଯାକ କାର୍ୟ୍ୟାଳୟକୁ ଚଳିତ ମାସ ୨୧ ତାରିଖ ପର୍ୟ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସମୟ ମଧ୍ୟରେ ଦୁଇଟି କାର୍ୟ୍ୟାଳୟକୁ ବିଶୋଧନ କରାଯିବା ପରେ ତାହା ଖୋଲିବ ବୋଲି କୁହାଯାଇଛି।