Odia News Portal

ବିଏମସିର ନିଦ ହଜେଇଲା ଏକ୍ସଆଇଏମବିର ୪୫ ସଂକ୍ରମିତ

ପଜିଟିଭ ଚିହ୍ନଟ ପରେ ପୂରା କ୍ୟାମ୍ପସକୁ ବିଏମସି ପକ୍ଷରୁ ସିଲ୍

ଭୁବନେଶ୍ୱର: ରାଜଧାନୀରେ ଧିରେ ଧିରେ ବଢ଼ିବାରେ ଲାଗିଛି ସଂକ୍ରାମିତଙ୍କ ସଂଖ୍ୟା | ଭୁବନେଶ୍ୱର ଏକ୍ସଆଇଏମବି ଇନଷ୍ଟିଚ୍ୟୁଟରୁ ୪୫ କରୋନା ପଜିଟିଭ୍ ଚିହ୍ନଟ । ଏନେଇ ସୂଚନା ପ୍ରଦାନ କରିଛନ୍ତି ଏସଆରସି ପ୍ରଦୀପ ଜେନା । ପଜିଟିଭ ଚିହ୍ନଟ ହୋଇଥିବା ସମସ୍ତ ସଂକ୍ରମିତଙ୍କର ଟ୍ରାଭେଲ ହିଷ୍ଟ୍ରି ଜଣାପଡିଥିବା ନେଇ ସ୍ପଷ୍ଟ କରିଛନ୍ତି ଏସଆରସି ।

ଅନ୍ୟପକ୍ଷରେ ଭୁବନେଶ୍ୱରର ଏକ୍ସଆଇଏମବିରେ ବହୁ ସଂଖ୍ୟାରେ କରୋନା ପଜିଟିଭ ଚିହ୍ନଟ ପରେ ପୂରା କ୍ୟାମ୍ପସକୁ ବିଏମସି ପକ୍ଷରୁ ସିଲ୍ କରାଯାଇଛି । ଏପରିକି ଉକ୍ତ ଶିକ୍ଷାନୁଷ୍ଠାନକୁ ପ୍ରବେଶ ଉପରେ କଟକଣା ଲଗାଯାଇଛି । କ୍ୟାମ୍ପସ ଭିତରୁ କେହି ବାହାରକୁ ଆସିପାରିବେନି ଏବଂ କ୍ୟାମ୍ପସ ଭିତରକୁ ମଧ୍ୟ କେହି ବାହାର ଲୋକ ପ୍ରବେଶ କରିପାରିବେନି ବୋଲି କୁହାଯାଇଛି । ବିଏମସି ଅଧିକାରୀଙ୍କ ବିନା ଅନ୍ୟ କାହାକୁ କ୍ୟାମ୍ପସ ଭିତରକୁ ପ୍ରବେଶ ଅନୁମତି ଦିଆଯାଇନାହିଁ ।

ଜରୁରୀ ସାମଗ୍ରୀ ଓ ଔଷଧ ବିଏମସି ପକ୍ଷରୁ ଯୋଗାଇ ଦିଆଯିବ, ଶିକ୍ଷାନୁଷ୍ଠାନରେ ଥିବା ଛାତ୍ରଛାତ୍ରୀ ଓ ଶିକ୍ଷକ ମାନଙ୍କର କରୋନା ଟେଷ୍ଟ କରାଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି । ପଜିଟିଭ ଚିହ୍ନଟ ବ୍ୟକ୍ତିଙ୍କୁ ନିର୍ଦ୍ଦିଷ୍ଟ ହଷ୍ଟେଲ ରୁମରେ ସଙ୍ଗରୋଧରେ ରଖାଯିବ । କୌଣସି ଜରୁରୀକାଳୀନ ମେଡିକାଲ ସେବା ପାଇଁ ବିଏମସିର ହେଲ୍ପଲାଇନକୁ ଫୋନ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।