ଭୁବନେଶ୍ୱର: ରାଜ୍ୟରେ କମିବାର ନାଁ ଧରୁନି କରୋନା ଜନିତ ମୃତ୍ୟୁ ସଂଖ୍ୟା । ପ୍ରତିଦିନ ୪୦ ଉପରେ ରହୁଛି ମୃତ୍ୟୁ ସଂଖ୍ୟା । ତେବେ ଗତ ୨୪ ଘଣ୍ଟାରେ ଆଉ ୪୩ ଜଣଙ୍କ କରେନାରେ ମୃତ୍ୟୁ ହୋଇଛି । ଏହି ୪୩ ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯ ଜଣ ରହିଛନ୍ତି। ସେହିପରି ଏହି ୯ ଜଣଙ୍କ ମଧ୍ୟରେ କେବଳ ଭୁବନେଶ୍ୱରରୁ ୫ ଜଣ ଅଛନ୍ତି। ବରଗଡ଼, ନୟାଗଡ଼ ଓ ପୁରୀ ଜିଲ୍ଲାରୁ ୫ ଜଣ ଲେଖାଏଁ ଥିବା ବେଳେ ସୁନ୍ଦରଗଡ଼ରୁ ୪ ଏବଂ କଟକ, ଭଦ୍ରକ ଓ ଗଞ୍ଜାମ ଜିଲ୍ଲାରୁ ୩ ଜଣ ଲେଖାଏଁ ଅଛନ୍ତି। ସେହିପରି ଢେଙ୍କାନାଳ ଜିଲ୍ଲାରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।