ଶ୍ରୀନଗର: ଆଜି ଭାରତୀୟ ସେନାକୁ ବଡଧରଣର ସଫଳତା ମିଳିଛି । ଜମ୍ମୁ କଶ୍ମୀରର ଶୋପିଆନରେ ଭାରତୀୟ ସେନା ଏବଂ ପୁଲିସ୍ର ମିଳିତ ଏନକାଉଣ୍ଟରରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।ନିହତ ହୋଇଥିବା ଚାରି ଆତଙ୍କବାଦୀ ଆତଙ୍କବାଦୀମାନେ ଲଶ୍କର-ଏ-ତୋଇବାର। ଗୁଳିବିନିମୟ ବେଳେ ସେନାର ଜଣେ ଯବାନ ଆହତ ହୋଇଥିବା କଶ୍ମୀରର ଆଇଜିପି ବିଜୟ କୁମାର ସୂଚନା ଦେଇଛନ୍ତି।
ଆଇଜିପି କହିଛନ୍ତି ଯେ ଅପରେସନ୍ ଶେଷ ହୋଇଯାଇଛି। ସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି। ମୃତ ଆତଙ୍କବାଦୀଙ୍କ ପାଖରୁ ଏକ-୪୭ ଏବଂ ୨ଟି ପିସ୍ତଲ ଜବତ ହୋଇଛି। ଏହା ପୂର୍ବରୁ ଦକ୍ଷିଣ କଶ୍ମୀରର ଶୋପିଆନ ଜିଲ୍ଲାରେ ଥିବା ରାଓ୍ୱପୋରାରେ ଗୁଳିବିନିମୟ ହୋଇଥିଲା। ପାଖାପାଖି ତିନି ଦିନ ପାଇଁ ଚାଲିଥିଲା ଏହି ଗୁଳି ବିନିମୟ। ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା।