ରାଉରକେଲା :ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଗ୍ୟାସ ଲିକ୍। ସିସିଡି ବିଭାଗରେ ଗ୍ୟାସ ଲିକ୍ ସୂଚନା। ଗ୍ୟାସ ଲିକ୍ ଘଟଣାରେ ୧୦ ଜଣ କର୍ମଚାରୀ ଅସୁସ୍ଥ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ କର୍ମଚାରୀଙ୍କୁ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ଆଇଜିଏଚ୍ ରେ ଭର୍ତ୍ତି କରାଯାଇଥିଲା । ତେବେ ୪ ଗୁରୁତର ମାନଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇ ଯାଇଥିବା ସମୟରେ ଏବେ ଆଉ ୨ ଜଣ କର୍ମଚାରୀଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଏନେଇ ଆଇଜିଏଚ୍ କତ୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି |
ସନ୍ଦେହ କରାଯାଉଛି ଯେ ଗ୍ୟାସ ଲିକ୍ କାରଣରୁ ଆହୁରି ଅଧିକ କର୍ମଚାରୀ ଆହତ ହୋଇଥାଇ ପାରନ୍ତି। ସେପଟେ ଗ୍ୟାସ ଲିକ୍ କେମିତି ହେଲା ତାହାର ସ୍ପଷ୍ଟ ସୂଚନା ମିଳିନାହିଁ | ଘଟଣା ସ୍ଥଳରେ ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ପ୍ରାଥମିକ ତଦନ୍ତ ହୋଇଥିବା ସମୟରେ ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳକୁ ଯାଇ ତନାଘନା ଆରମ୍ଭ କରିଛି |ଏଭଳି ଘଟଣା ପରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଆହତ ଓ ମୃତ କର୍ମଚାରୀଙ୍କୁ ଆର୍ଥିକ ସହାୟତା, ଭରଣପୋଷଣ ସହ ଚିକିତ୍ସା ଖର୍ଚ୍ଚ ବହନ କରିବା, ସଠିକ୍ କାର୍ଯ୍ୟାନୁଷ୍ଠା କରିବା ପାଇଁ ଦାବି କରାଯାଇଛି ।