ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ କରୋନାର ପ୍ରକୋପ କମିବାରେ ଲାଗିଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୩୯ଜଣଙ୍କ ମୁଣ୍ଡ ନେଇଛି ମହାମାରୀ କରୋନା । ଏହା ଫଳରେ ରାଜ୍ୟର ମୋଟ କରୋନା ମୃତ୍ୟୁ ସଂଖ୍ୟା ୩୪୭୧କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯ଼ାଇଛି । ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୩୬୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଭିତରୁ ୨୦୬୯ ଜଣ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ୧୫୬୨ ଲୋକାଲ୍ କେସ୍ ଅଛନ୍ତି।
ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୨୦୪ ଜଣ, ବାଲେଶ୍ୱରରୁ ୨୬୨ ଜଣ, ବରଗଡ଼ରୁ ୫୦ ଜଣ, ଭଦ୍ରକରୁ ୧୭୮ଜଣ, ବଲାଙ୍ଗୀରରୁ ୩୬ ଜଣ, ବୌଦ୍ଧରୁ ୮୪ ଜଣ, କଟକରୁ ୪୩୮ ଜଣ, ଦେବଗଡ଼ରୁ ୨୮ ଜଣ, ଢେଙ୍କାନାଳରୁ ୧୧୪ ଜଣ, ଗଜପତିରୁ ୧୮ ଜଣ, ଗଞ୍ଜାମରୁ ୨୭ ଜଣ, ଜଗତସିଂହପୁରରୁ ୯୨ ଜଣ, ଯାଜପୁରରୁ ୩୦୫ ଜଣ, ଝାରସୁଗୁଡ଼ାରୁ ୧୯ ଜଣ, କଳାହାଣ୍ଡିରୁ ୪୧ ଜଣ, କନ୍ଧମାଳରୁ ୪୮ ଜଣ, କେନ୍ଦ୍ରାପଡ଼ାରୁ ୧୨୦ ଜଣ, କେନ୍ଦୁଝରରୁ ୬୮ ଜଣ, କୋରାପୁଟରୁ ୮୦ ଜଣ, ମାଲକାନଗିରିରୁ ୫୬ ଜଣ, ମୟୁରଭଞ୍ଜରୁ ୧୧୨ ଜଣ, ନବରଙ୍ଗପୁରରୁ ୧୦୮ ଜଣ, ନୟାଗଡ଼ରୁ ୧୦୬ ଜଣ, ନୂଆପଡ଼ାରୁ ୧୯ ଜଣ, ପୁରୀରୁ ୧୯୯ ଜଣ, ରାୟଗଡ଼ାରୁ ୭୯ ଜଣ, ସମ୍ୱଲପୁରରୁ ୩୭ ଜଣ, ସୋନପୁରରୁ ୫୦, ସୁନ୍ଦରଗଡ଼ରୁ ୮୩ ଓ ଷ୍ଟେଟ ପୁଲରୁ ୬୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।