ଆଫଗାନିସ୍ତାନର କୁନ୍ଦଜ ଜିଲ୍ଲାରେ ଥିବା ଇମାମ ସାହିବଙ୍କ ମସଜିଦରେ ଜମାଜ ପଢ଼ୁଥିବା ବେଳେ ଶୁକ୍ରବାର ବିସ୍ଫୋରଣ ହୋଇଥିଲା। ଏନେଇ ସୂଚନା ଦେଇଥିଲେ ତାଲିବାନର ପ୍ରବକ୍ତା ଜବିହୁଲ୍ଲା ମୁଜାହିଦ୍। ସୂଚନା ମୁତାବକ ଏହି ବିସ୍ଫୋରଣରେ ଛୋଟଛୁଆଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ପାଖାପାଖି ୩୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୩ ଜଣ ଗୁରୁତର ଆହତ ହୋଇଥିଲେ। ଇମସଲାମିକ ଏମିରେଟର ପ୍ରବକ୍ତା ଜିବହୁଲ୍ଲା ମୁଜାହିଦ୍ ଏହି ଆକ୍ରମଣକୁ ନିନ୍ଦା କରିବା ସହିତ ଅପରାଧି ମାନଙ୍କୁ ଧରିବା ପାଇଁ ପ୍ରୟାସ ଜାରୀ ରହିଛି।
ଆଫଗାନିସ୍ଥାନର ଉତ୍ତର କୁନ୍ଦୁଜ ଜିଲ୍ଲାର ଇମାମ ସାହିବ ଅଞ୍ଚଳରେ ଥିବା ମୌଲବୀ ସିକନ୍ଦର ମସଜିଦରେ ଶୁକ୍ରବାର ଦିନ ଆକ୍ରମଣ ହୋଇଥିଲା। ଟେଲିନ୍ୟୁଜର ରିପୋର୍ଟ ମୁତାବକ, ସ୍ଥାନୀୟ ଏସପି ହାଫିଜ ଉମର କହିଥିଲେ ଯେ, ଏହି ବିସ୍ପୋରଣ ସମ୍ପର୍କରେ ପୁଲିସ୍ ଅବଗତ ଅଛି, ପାଖାପାଖି ୩୦ ରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଉର୍ଦ୍ଧ୍ବ ଲୋକ ଗୁରୁତର ଆହତ ହୋଇଛନ୍ତି। ଅପରାଧି ମାନଙ୍କୁ ଧରିବା ପାଇଁ ପୁଲିସ ପୟାସ ଜାରି ରଖଛି।
ବିସ୍ଫୋରଣରେ ଆହତମାନଙ୍କୁ ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରଣ କରାଯାଇଥିଲା। ସୂଚନା ଥାଉକି, ତାଲିବାନ ଆଫଗାନିସ୍ତାନକୁ ଅକ୍ତିଆର କରିବା ପର ଠାରୁ ବିସ୍ଫୋରଣ ଏବଂ ଆକ୍ରମଣ ଏକ ନିୟମିତ ବ୍ୟାପାରରେ ପରିଣତ ହୋଇଛି। ଏପର୍ଯ୍ୟନ୍ତ କୌଣସି ଗୋଷ୍ଠୀ ଏହି ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିନାହାଁନ୍ତି। କୁନ୍ଦୁଜର ଉତ୍ତରରେ ଥିବା ମଜାର-ଇ-ସରିଫ ସହରର ସାଇ ଡୋକେନ୍ ମସଜିଦରେ ଶୁକ୍ରବାର ଦିନ ଲୋକମାନେ ନମାଜ ପଢ଼ୁଥିବା ବେଳେ ବିସ୍ଫୋରଣ ଘଟିଥିଲା।