ଭୁବନେଶ୍ୱର: ବିଜେପି ଓ କଂଗ୍ରେସ ଛାଡ଼ିଲେ ୩୦ ଯୁବନେତା । ଗୋପାଳପୁର ନିର୍ବାଚନ ମଣ୍ଡଳୀ ରଙ୍ଗେଇଲୁଣ୍ଡା ବ୍ଲକର ଯୁବନେତାମାନେ ବିଜେଡିରେ ଯୋଗଦେଇଛନ୍ତି । ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି । ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଛି । ଏଭଳି ସମୟରେ ବିଜେଡିରେ ବହୁ ନେତା ଯୋଗଦେବା ଦଳ ଲାଗି ଲାଭଦାୟକ । ତେବେ ନିର୍ବାଚନ ପୂର୍ବରୁ ବିରୋଧୀଙ୍କୁ ମାତ ଦେବା ଲାଗି ବିଜେଡି ମସ୍ତ ପ୍ରସ୍ତୁତି ଜାରି ରଖିଛି ।

