ଗଜପତି: ଗଜପତି ଜିଲ୍ଲାର ଆର୍ ଉଦୟଗିରି ଠାରେ ଆଜି ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ବରଣ କରିଛନ୍ତି ।ଏନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୃତକଙ୍କ ପରିବାର ପାଇଁ ଗଭୀର ସମବେଦନା ଜଣାଇବା ସହ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ନବୀନ ପଟ୍ଟନାୟକ । ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ରାଶି ଦେବାକୁ ଘୋଷଣା କରିଥିବା ବେଳେ ଗୁରୁତରଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ ଵୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହାସହ ଗୁରୁତରଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ସୂଚନାନୁଯାୟୀ, ଆଜି ମୋହନା ଆର ଉଦୟଗିରି ଥାନା କଙ୍କଡାଗୁଡା ଘାଟି ନିକଟରେ ବରଯାତ୍ରୀ ବୋଝେଇ ମିନିଟ୍ରକ ଓଲଟିପଡିବାରୁ ଏଭଳି ଅଘଟଣ ଘଟିଥିଲା । ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବସ୍ରେ ଥିବା ଅନ୍ୟମାନଙ୍କ ମଧ୍ୟରେ ୨୦ରୁ ଉର୍ଦ୍ଧ୍ୱ ଗୁରୁତର ହୋଇଛନ୍ତି । ସମସ୍ତେ ଡାମଢିଅ ଗାଁର ବୋଲି ଜଣାପଡିଛି । ସମସ୍ତ ଆହତଙ୍କୁ ଆର.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରୁ ୧୦ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।