ଭୁବନେଶ୍ୱର: ବିଧାନସଭାରେ ବାଚସ୍ପତିଙ୍କୁ ଚପଲ ଫିଙ୍ଗିବା ଘଟଣାରେ ୩ ଜଣ ବିଧାୟକ ନିଲମ୍ବିତ । ବିଜେପିର ତିନି ବରିଷ୍ଠ ବିଧାୟକଙ୍କୁ ବିଧାନସଭାରୁ ନିଲମ୍ବିତ କରିଛନ୍ତି ବାଚସ୍ପତି । ବିଜେପି ବିଧାୟକ ମୋହନ ମାଝି, ଜୟନାରାୟଣ ମିଶ୍ର, ବିଷ୍ଣୁ ସେଠୀଙ୍କୁ ଚଳିତ ଅଧିବେଶନରୁ ବାଚସ୍ପତି ନିଲମ୍ବତ କରିଛନ୍ତି ।

ଆଜି ମଧ୍ୟାହ୍ନରେ ଗୃହରେ ସଂଶୋଧିତ ଲୋକାୟୁକ୍ତ ବିଲ୍ ପାରିତ ପରେ ବିଜେପି ବିଧାୟକ ବାଚସ୍ପତିଙ୍କ ଉପରକୁ ଇୟର ଫୋନ୍,କାଗଜ ସହ ଚପଲ ଫିଙ୍ଗିଥିଲେ । ଯାହାକୁ କଂଗ୍ରେସ ଓ ବିଜେଡ଼ି ସଦସ୍ୟ ନିନ୍ଦା କରିଥିଲେ । ତେବେ ଏନେଇ ବିଧାନସଭା ଗାନ୍ଧିମୂର୍ତ୍ତି ତଳେ ଧାରଣାରେ ବସିଛି ବିଜେପି ଦଳ |ବାଚସ୍ପତିଙ୍କ ନିଷ୍ପତ୍ତିକୁ ବିରୋଧ କରି ପ୍ରତିବାଦ କରୁଛି ବିଜେପି |