Odia News Portal

କମିସନରେଟ୍ ପୁଲିସ ପଞ୍ଝାରେ ଲୁଟେରା ଗ୍ୟାଙ୍ଗ୍: ୩ ଗିରଫ

ଲୁଟ୍ଟ କରି ରାଜଧାନୀରେ ଆତଙ୍କ ଖେଳାଉଥିବା ଏକ ଲୁଟେରା ଗ୍ୟାଙ୍ଗକୁ କମିସନରେଟ୍ ପୁଲିସ ଠାବ କରିଛି। ଲକ୍ଷ୍ମୀସାଗର ଥାନା ପୁଲିସ୍ ୩ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୩ ନାବାଳକଙ୍କୁ ବାଳସୁଧାର ଗୃହକୁ ପଠାଇ ଦିଆଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ, ବମିଖାଲ ଅଞ୍ଚଳର ସୁବୋଧ କୁମାର ଦାସ ଓରଫ ବିହାରୀ(୨୦), ଖୋର୍ଦ୍ଧା ଟାଙ୍ଗୀ ଅଞ୍ଚଳର ଅଭିମନ୍ୟୁ ଭୋଇ ଓରଫ ରାହୁଲ(୨୦) ଏବଂ ଅଜୁ ଦାସ ଓରଫ କାଳିଆ(୩୭)।
ସେମାନଙ୍କଠାରୁ ୩ଟି ଏଲ୍ଇଡି ଟିଭି, ୨ଟି କମ୍ପ୍ୟୁଟର୍, ଗୋଟିଏ ସ୍କୁଟି ସହ ବହୁ ଚୋରି ଜିନିଷ ଓ ମାରଣାସ୍ତ୍ର ଜବତ ହୋଇଛି। ୩ ନାବାଳକଙ୍କୁ ବାଳସୁଧାର ଗୃହକୁ ପଠାଇ ଦିଆଯାଇଛି।
ସୂଚନା ମୁତାବକ, ଗତ ଜୁନ୍ ୧୯ ତାରିଖ ଦିନ ସାଢ଼େ ୧୧ଟାରେ ଲୁଟେରାମାନେ ଜୟଦୁର୍ଗାନଗର ଅଞ୍ଚଳରେ ଥିବା ଗୌତମ ଦାସଙ୍କ କନ୍ଷ୍ଟ୍ରକସନ କାର୍ଯ୍ୟାଳୟର ପ୍ରଥମ ମହଲା କାଚ ଭାଙ୍ଗି ଏଲ୍ଇଡି, କମ୍ପ୍ୟୁଟର୍, ଏସି ଆଦି ୫ଲକ୍ଷ ଟଙ୍କାର ଜିନିଷ ଲୁଟିଥିଲେ। ଏ ସଂପର୍କରେ ଗୌତମ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ସିସିଟିଭି ଫୁଟେଜ୍ରୁ ଲୁଟେରାଙ୍କୁ ଚିହ୍ନଟ ପରେ ସେମାନଙ୍କୁ ଗିରଫ ପାଇଁ ତନାଘନା ଜାରି ରଖିଥିଲା। ପ୍ରଥମେ ବିହାରୀକୁ ବମିଖାଲ ଅଞ୍ଚଳରୁ ଗିରଫ ପରେ ସେ ସବୁ ସତ ମାନିଥିଲା। ପରେ ପୁଲିସ ଅନ୍ୟ ସହଯୋଗୀଙ୍କ ଠିକଣା ଠାବ କରି ଜଣଙ୍କ ପରେ ଜଣେ ୬ ଜଣଙ୍କୁ କାବୁ କରିଥିଲା। ସେମାନଙ୍କଠାରୁ ଲୁଟ୍ ସାମଗ୍ରୀ ଜବତ ହୋଇଥିଲା। ତଦନ୍ତ ବେଳେ ଜଣା ପଡ଼ିଥିଲା ଯେ ବିହାରୀ ଓ କାଳିଆ ଅଭ୍ୟାସଗତ ଲୁଟେରା। ସେମାନଙ୍କ ନାଁରେ ୪ରୁ ଅଧିକ ଆପରାଧିକ ମାମଲା ରହିଛି। ଜେରା ପରେ ୩ ଲୁଟେରାଙ୍କୁ କୋର୍ଟ ଚାଲାଣ କରା