ଭୁବନେଶ୍ବର: ଆଜିଠୁ ଆରମ୍ଭ ହେବ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ। ଦ୍ବିତୀୟ ପର୍ଯ୍ୟାୟରେ ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯିବ କରୋନା ଟିକା । ପ୍ରଥମେ ଡିଜି, ଏସପି ଜିଲ୍ଲାପାଳମାନେ ଟିକା ନେବେ । ତେବେ ଟିକା ନେଇସାରି ଫଟୋ ଟୁଇଟ କରିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଏହି ପର୍ଯ୍ୟାୟରେ ମୋଟ ୧ଲକ୍ଷ ୯୭ ହଜାର କର୍ମଚାରୀଙ୍କୁ ଟିକା ଦିଆଯିବ।

ଦ୍ବିତୀୟ ପର୍ଯ୍ୟାୟ କରୋନା ଟିକା କରଣ କାର୍ଯ୍ୟକ୍ରମରେ ଗୃହ, ରାଜସ୍ବ ଓ ନଗର ଉନ୍ନୟନ ବିଭାଗର ସମ୍ମୁଖ ଯୋଦ୍ଧାମାନଙ୍କୁ ଟିକା ଦିଆଯିବ। ଦ୍ବିତୀୟ ପର୍ଯ୍ୟାୟ ପାଇଁ ୧ ଲକ୍ଷ ୯୭ହଜାର କର୍ମଚାରୀ ପଞ୍ଜିକରଣ କରିଛନ୍ତି। ସବୁ ଅଫିସରେ ଟିକା ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ପୋଲିସ ମୁଖ୍ୟାଳୟ, ବିଏମସି ଅଫିସ, ଅଗ୍ନିଶମ କାର୍ଯ୍ୟାଳୟରେ ଟିକା ଦିଆଯିବ।

ଡିଜି, ଏସପି, ଜିଲ୍ଲାପାଳ ଏବଂ ବରିଷ୍ଠ ଅଧିକାରୀମାନେ ପ୍ରଥମେ ଟିକା ନେଇ ଫଟୋ ଉଠାଇ ସୋସିଆଲ ମିଡିଆରେ ସେୟାର କରିବାକୁ ନିର୍ଦେଶ ଦେଇଛି ସ୍ବାସ୍ଥ୍ୟ ବିଭାଗ।ଅନ୍ୟପକ୍ଷେ ଗଞ୍ଜାମ ଛତ୍ରପୁରରେ ଜିଲ୍ଲାପାଳ ଓ ଏସପି ଆଜି ଟିକା ନେଇଛନ୍ତି । ଟିକା ନେବା ପରେ ନିର୍ଦ୍ଧାରିତ ସମୟ ଯାଏଁ ଟିକାକରଣ କେନ୍ଦ୍ରରେ ବିଶ୍ରାମ ନେଇଥିଲେ ।ଏହା ପରେ ଜିଲ୍ଲାପାଳ କହିଛନ୍ତି ଡ଼ରନ୍ତୁ ନାହିଁ ଟିକା ନିଅନ୍ତୁ ।