ସୁବର୍ଣ୍ଣପୁର: ବ୍ୟାଙ୍କ ଠିକା କର୍ମଚାରୀଙ୍କ ଠାରୁ ୨୧ ଲକ୍ଷ ଟଙ୍କା ଲୁଟ୍। ଏଟିଏମ୍ରେ ଟଙ୍କା ଭରିବାକୁ ଯିବା ବେଳେ ଲୁଟି ନେଲେ ଦୁର୍ବୃତ୍ତ। ବାଘଲପୁର ଛକ ନିକଟରେ ଏହି ଲୁଟ୍ ଘଟଣା ଘଟିଛି । ୩ ଟି ବାଇକରେ ଆସିଥିବା ୬ ଜଣ ଲୁଟେରା ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ବ୍ୟାଙ୍କ୍ ଅଫ୍ ବରୋଦା ବ୍ୟାଙ୍କରୁ ଟଙ୍କା ନେଇ ଉଲୁଣ୍ଡା ଯାଉଥିଲେ କର୍ମଚାରୀ। ବ୍ୟାଙ୍କରୁ ଟଙ୍କା ନେଇ ଏଟିଏମ୍ରେ ଭରିବାକୁ ଯିବା ବେଳେ ଲୁଟ୍ ହୋଇଛି। ଘଟଣା ସ୍ଥଳରେ ଲୁଟେରା ଗୋଟିଏ ବାଇକ ଛାଡ଼ି ଯାଇଥିବା ସୂଚନା ମିଳିଛି।