ଭୁବନେଶ୍ୱରକୁ ଫେରିଥିବା ୨୦ଜଣ ବ୍ରିଟେନ ଫେରନ୍ତା ପରିବାରଙ୍କ ମଧ୍ୟରୁ ୨ଟି ପରିବାର ରେ କରୋନା ପଜିଟିଭ ଥିବା ଜଣ ପଡିଛି | ଅନ୍ୟ ମାନଙ୍କର ରକ୍ତ ନମୁନା ସଂଗ୍ରହ କରାଯାଇ ପୁନେକୁ ପଠାଯାଇଛି | ଦୁଇଟି ପରିବାରକୁ ଛାଡି ଅନ୍ୟମାନଙ୍କ ପାଖରେ କୌଣସି ସମସ୍ୟା ଦେଖାଯାଇନାହିଁ ବୋଲି କହିଛନ୍ତି ବିଏମ୍ସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ।
ପୂର୍ବରୁ ରାଜଧାନୀର ନନ୍ଦନ ବିହାରରେ ବ୍ରିଟେନ ଫେରନ୍ତା କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ପରିବାର ସଦସ୍ୟଙ୍କ ପରୀକ୍ଷା କରାଯାଇଥିବା ବେଳେ ସେମାନଙ୍କ ରିପୋର୍ଟ ନେଗେଟିଭ ଆସିଥିଲା । ତେବେ କୋଭିଡ ହସ୍ପିଟାଲରେ ବ୍ରିଟେନ ଫେରନ୍ତାଙ୍କୁ ଅନ୍ୟ କରୋନା ରୋଗୀଙ୍କଠାରୁ ଅଲଗା ରଖି ଚିକିତ୍ସା କରାଯାଉଛି । ଆଗକୁ ନୂଆ ଷ୍ଟ୍ରେନ୍ ଦ୍ଵାରା ଆକ୍ରାନ୍ତ ବିଷୟରେ ଜଣାପଡ଼ିଲେ କଣ୍ଟନମେଣ୍ଟ ଜୋନ୍ ଘୋଷଣା ନେଇ ପଦକ୍ଷେପ ନିଆଯାଇପାରେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ବ୍ରିଟେନ ଫେରନ୍ତା ଯୁବକଙ୍କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇଏଲଏସ ନିର୍ଦେଶକ ଅଜୟ ପରିଡା । ସେ କହିଛନ୍ତି ବ୍ରିଟେନରୁ ଫେରି ଯିଏ ପଜିଟିଭ୍ ହୋଇଥିବେ, ତାଙ୍କର ଜିନ୍ ସିକ୍ୟୁଏନ୍ସିଙ୍ଗ କରାଯିବ । ରିପୋର୍ଟ ଆସିବା ପରେ ଆଗାମୀ ପଦକ୍ଷେପ ନିଆଯିବ । ସରକାର ମଧ୍ୟ ଏସବୁ ଉପରେ ସତର୍କ ଦୃଷ୍ଟି ରଖିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରତେକ ଦିନ ସମୀକ୍ଷା କରୁଥିବା କୁହାଯାଇଛି ।