Odia News Portal

ତୁର୍କୀ ବିପର୍ଯ୍ୟୟ : ୫ଦିନ ପରେ ଭଗ୍ନାବଶେଷ ତଳୁ ଉଦ୍ଧାର ହେଲା ୨ ମାସର ଶିଶୁ

ତୁର୍କୀ ଓ ସିରିଆରେ ଫେବୃୟାରୀ ୬ରେ ହୋଇଥିବା ଭୟଙ୍କର ଭୂକମ୍ପ ଯୋଗୁଁ ଭୟଙ୍କର ବିନାଶ ଘଟିଛି। କ୍ରମାଗତ ଭାବେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଛି ଜ୍ଝ ଏହି ସମୟରେ ନିରନ୍ତର ରିଲିଫ ଏବଂ ଉଦ୍ଧାର କାର୍ୟ୍ୟ ଚାଲିଛି। ଧ୍ବଂସସ୍ତୂପ ତଳେ ପୋତି ହୋଇଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀଦଳମାନେ ଦିନରାତି କାର୍ୟ୍ୟ କରୁଛନ୍ତି। ବିନାଶ ଏବଂ ନିରାଶା ମଧ୍ୟରେ, ଧ୍ବଂସସ୍ତୂପ ତଳୁ ବଞ୍ଚିବାର ଚମତ୍କାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସୁଛି। ତୁର୍କୀ ଭୂକମ୍ପର ପ୍ରାୟ ୧୨୮ ଘଣ୍ଟା ପରେ ଆଜି ଦୁଇ ମାସର ଶିଶୁକୁ ଉଦ୍ଧାର କରାଯାଇଛି । ତୁର୍କୀରେ ଉଦ୍ଧାର କାର୍ୟ୍ୟ ସମୟରେ, ‘ରଖିଲେ ଶିବ ମାରିବ କିଏ’ ପ୍ରବାଦ ସତ୍ୟ ବୋଲି ପ୍ରମାଣିତ ହେଉଛି। ତୁର୍କୀର ହାଟେରେ ଶନିବାର ଦିନ ଦୁଇ ମାସର ଶିଶୁକୁ ଧ୍ବଂସସ୍ତୂପ ତଳୁ ଉଦ୍ଧାର କରାଯାଇଥିଲା।
ଭୂକମ୍ପର ପ୍ରାୟ ୧୨୮ ଘଣ୍ଟା ପରେ ମଧ୍ୟ ଶିଶୁଟି ଜୀବନ୍ତ ଥିବା ଜଣାପଡିଥିଲା, ଯାହାର ଦୃଶ୍ୟ ଅତ୍ୟନ୍ତ ହୃଦୟଭରା ଥିଲା ।