ଲମତାପୁଟ : ମହାଶିବରାତ୍ରୀରେ ଆଜି ଏକ ଅଘଟଣ ଘଟି ଯାଇଛି । କୋରାପୁଟ ଜିଲ୍ଲା ଅନ୍ତର୍ଗତ ଲମତାପୁଟରେ ଅକାଳରେ ଚାଲିଯାଇଛି ଦୁଇ ନାବାଳିକାଙ୍କ ଜୀବନ । ମାଛ ଧରିବା ଦୁଇ ନାବାଳିକାଙ୍କ ପାଇଁ କାଳ ହୋଇଛି । ଆଜି ଦୁଇ ନାବାଳିକା ପାତାଳୀ ନଦୀର ପଡ଼େଇସିଙ୍ଗ ଘାଟକୁ ମାଛ ଧରିବାକୁ ଯାଇଥିଲେ । ହେଲେ ବିଧିରବିଧାନ ଥିଲା କିଛି ଅଲଗା । ଦୁହେଁ ମାଛ ଧରୁଥିବାବେଳେ ନଦୀର ଗଭୀରତାକୁ ବାରି ପାରିନଥିଲେ । ଫଳରେ ସେମାନେ ଗଭୀର ନଦୀରେ ବୁଡି ଯାଇଥିଲେ । ଏହି ଘଟଣା ପ୍ରଘଟ ହେବା ପରେ ସ୍ଥାନୀୟ ଲୋକମାନେ ନଦୀରେ ଉଦ୍ଧାର କାର୍ଯ୍ୟ କରିଥିଲେ । ଶେଷରେ ଦୁଇ ନାବାଳିକାଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଉଭୟଙ୍କ ପରିଚୟ ମିଳିପାରିନାହିଁ ।