ବିଜେଡି କର୍ପୋରେଟର ପ୍ରାର୍ଥୀଙ୍କୁ ବଟି ମାଗି ୨ ଗିରଫ । ୨ ଲକ୍ଷ ଟଙ୍କା ବଟି ମାଗିବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ହେଲେ ସୋମନାଥ ହାତୀ ଏବଂ ଲିଟୁନା ସ୍ୱାଇଁ । ଟଙ୍କା ନଦେଲେ ଭୋଟ କରେଇ ଦେବୁନି କହି ଧମକ ଦେଉଥିଲେ ବୋଲି ଅଭିଯୋଗ ହୋଇଛି ।
୫୫ନମ୍ବର ୱାର୍ଡର ବିଜେଡି ପ୍ରାର୍ଥୀ ନୃପେଶ ଏନେଇ ଲିଙ୍ଗରାଜ ଥାନାରେ ଅଭିଯୋଗ କରିଥିଲେ ।