Odia News Portal

ରାଜଧାନୀରୁ ଧଳା ଜହର ଜବତ, ମହିଳା ଗିରଫ

ଭୁବନେଶ୍ୱର: ରାଜଧାନୀରୁ ପୁଣି ବ୍ରାଉନସୁଗର ଜବତ ହେଲା ଧଳା ଜହର । ରାଜଧାନୀ ଭୁବନେଶ୍ୱରର ଚାଲିଛି ବେଧଡ଼କ ଧଳା ଜହର କାରବାର। ଅବାକରୀ ବିଭାଗର ବାରମ୍ବାର ଚଢ଼ାଉ ପରେ ମଧ୍ୟ କାୟା ବିସ୍ତାର କରୁଛି ଧଳା ଜହର ବେପାର। ଆଜି ପଳାଶୁଣୀ ଅଞ୍ଚଳରୁ ମହିଳାଙ୍କ ନିକଟରୁ ୧୮୫ ଗ୍ରାମ୍ ବ୍ରାଉନସୁଗାର ଜବତ କରିଛି ଭୁବନେଶ୍ବର ଅବକାରୀ ବିଭାଗ । କାରବାର ଅଭିଯୋଗରେ ଜଣେ ମହିଳାଙ୍କୁ ଗିରଫ କରାଯାଇଛି ।ତେବେ ଆଶ୍ଚର୍ଯ୍ୟର କଥା ଏହିକି ଯେ ଏହି ବେଆଇନ କାରବାରରେ ମହିଳା ଅଧିକ ଯୋଡ଼ି ହେବାରେ ଲାଗିଛନ୍ତି।

ସୂଚନାନୁଯାୟୀ, ଭୁବନେଶ୍ୱର ସ୍ଥିତ ପଳାଶୁଣୀର ମଦ ବେପାରୀ ହାଡିଆ ଘରୁ ଜବତ ହୋଇଛି ବ୍ରାଉନସୁଗର। ପ୍ରମିଳା ପ୍ରଧାନ ନାମକ ଜଣେ ମହିଳାଙ୍କ ନିକଟରୁ ୧୮୫ ଗ୍ରାମ୍ ବ୍ରାଉନସୁଗାର ଜବତ କରିଛି ଅବକାରୀ ବିଭାଗ | ମଦ ବେପାରୀ ହାଡିଆ ଘରେ ରହି ସଂପୃକ୍ତ ମହିଳା ଜଣଙ୍କ ବ୍ରାଉନସୁଗାର ବେପାର କରୁଥିଲେ । ଗିରଫ ମହିଳା ହେଲେ ପ୍ରମିଳା ପ୍ରଧାନ ପ୍ରତିଦିନ ତାଙ୍କ ସ୍ୱତନ୍ତ୍ର କୋଡ଼ ବ୍ୟବହାର କରି ବ୍ରାଉନସୁଗାର ବେପାର ଚଳାଇଥିଲେ ।ସେହିପରି ବିନା ଲାଇସେନ୍ସ ପ୍ରାପ୍ତ ମଦ ମଧ୍ୟ ବ୍ଲାକରେ ବ୍ୟବସାୟ ବିକ୍ରି କରାଯାଉଥିଲା ।

ବିଶେଷ ସୂତ୍ରରୁ ଖବର ପାଇ ଭୁବନେଶ୍ୱର ଅବକାରୀ ବିଭାଗ ହାଡିଆଙ୍କ ଘରେ ଚଢାଉ କରିଥିଲା । ଚଢାଉ ସମୟରେ ୧୮୫ ଗ୍ରାମ୍ ବ୍ରାଉନସୁଗାର ସମେତ ମହିଳାଙ୍କଠାରୁ ୧୧,୭୯୦ ଟଙ୍କା ଜବତ ହୋଇଛି | ତେବେ ଗିରଫ ପ୍ରମିଳାଙ୍କ ବୟସ ୫୨ ବର୍ଷ ବୋଲି ଜଣାପଡିଛି । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ଅବକାରୀ ବିଭାଗ ।