୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା । ୧୦ ଦଫା ଦେବି ନେଇ ଜିଲ୍ଲା ପେସା ଗ୍ରାମସଭା ସଂଗଠନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଏହାର ପ୍ରଭାବ ବାରିପଦା ସହର ଭିତରେ କାଁ ଭାଁ ଦେଖିବାକୁ ମିଳିଛି । ପୋଲିସ ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି ।
ସୂଚନା ଅନୁସାରେ, ସଂଗଠନ ପକ୍ଷରୁ ସମ୍ବିଧାନର ୨୫ ଏବଂ ୨୬ ଧାରା ଅନୁଯାୟୀ ଆଦିବାସୀ ସମୁଦାୟର ଜାହିରାଗୁଡିକୁ ସମ୍ମାନ ଦେବା, ଆଦିବାସୀମାନଙ୍କ ଧର୍ମଗତ ମୌଳିକ ଅଧିକାର ପ୍ରଦାନ, ମୟୂରଭଞ୍ଜ ଜିଲ୍ଲାର ସମସ୍ତ ଜାହିରା ସ୍ଥାନଗୁଡିକୁ ସରକାରୀ ଭାବେ ଚିହ୍ନଟ କରିବା ଭଳି ଅନେକ ଦାବି ରହିଛି ।
ସେହିପରି ବିଭିନ୍ନ ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ କର୍ମକର୍ତ୍ତାମାନେ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ସମସ୍ୟା ସମ୍ପର୍କରେ ବାରମ୍ବାର ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ସ୍ମାରକପତ୍ର ଦେଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ଏହାକୁ ନେଇ ଆଜି ଏହି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି ।