ଭୁବନେଶ୍ୱର: କମିଶନରେଟ୍ ପୋଲିସକୁ ଆଉ ଏକ ସଫଳତା । ୧୩ବର୍ଷ ତଳର ହତ୍ୟାକାଣ୍ଡ ଘଟଣାର ଗୁମର ଖୋଲିଛି ପୋଲିସ । ସଙ୍ଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତି ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ ।
ରାଜଧାନୀର ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତି ମହାନ୍ତି ହତ୍ୟା ମାମଲା । ହତ୍ୟାକାଣ୍ଡର ୧୩ବର୍ଷ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ପୂର୍ବରୁ ଏହି ଘଟଣାରେ ୪ଜଣଙ୍କୁ ଗିରଫ କରାଯାଇଛି । ଆଉ ଏବେ ଆଉ ଜଣେ ଅଭିଯୁକ୍ତକୁ ଧରିବାର ସଫଳ ହୋଇଛି କମିଶନରେଟ୍ ପୋଲିସ ସ୍ପୋଶାଲ ସ୍କ୍ୱାର୍ଡ । ଘଟଣାରେ ପରିବାର ଲୋକଙ୍କ ଅଭିଯୋଗ ପରେ ପୁଣି ଖୋଲିଲା ଫାଇଲ୍ ।ସଙ୍ଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତିଙ୍କୁ ୨୦୦୮ ଅକ୍ଟୋବର ୧୦ ତାରିଖରେ ହତ୍ୟା କରାଯାଇଥିଲା । ଏବଂ ଚକେଇସିଆଣି ନିକଟ ରାସ୍ତାକଡରୁ କାର ଭିତରୁ ମିଳିଥିଲା ସୁମନ୍ତଙ୍କ ମୃତଦେହ ।
ତେବେ ହତ୍ୟାକାଣ୍ଡରେ କଣ ସବୁ ବ୍ୟବହାର କରାଯାଇଥିଲା । ଏଥିରେ କିଏ କିଏ ସାମିଲ ଥିଲେ ସେନେଇ ବର୍ତ୍ତମାନ ସୁଧା ପୋଲିସ କୌଣସି ସୂଚନା ଦେଇନାହିଁ ।ତେବେ ଏହାକୁ ପୋଲିସ କମିଶନର ବଡ଼ ସଫଳତା ବୋଲି କୁହାଯାଉଛି । ଗତଥର ୨୨ବର୍ଷ ତଳର ଅଭିଯୁକ୍ତକୁ ଗିରଫ କରାଯିବା ପରେ ଏବେ ୧୩ବର୍ଷ ତଳର ଘଟଣାର ପର୍ଦ୍ଦାଫାସ ହେବାକୁ ଯାଉଛି ।