Odia News Portal

୮୧ କେ.ଜି ଗଞ୍ଜେଇ ଜବତ, ଅଟୋ ଡ୍ରାଇଭର ଗିରଫ

୮ ଲକ୍ଷ ଟଙ୍କାର ଗଞ୍ଜେଇ ବୋଝେଇ ଅଟୋ ସହ ଡ୍ରାଇଭର ଗିରଫ l କୋରାପୁଟ ଜିଲ୍ଲା ପାଡୁଆ ଡାକବଙ୍ଗଳା ନିକଟରୁ ଏହି ଗଞ୍ଜେଇ ଜବତ ହୋଇଛି। ଏହା ସହ ଅଟୋ ଡ୍ରାଇଭରକୁ ପୋଲିସ ଗିରଫ କରିଛି। ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୮ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ, ବିଶେଷ ସୂତ୍ରରୁ ଖବର ପାଇ ପାଡୁଆ ପୋଲିସ ପାଡୁଆ ଡାକବଙ୍ଗଳା ନିକଟରେ ନାକାବନ୍ଦୀ କରି ଜଗିରହିଥିଲା।

ଏହି ସମୟରେ ଏକ ଅଟୋକୁ ଅଟକାଇବାରୁ ସେ ବ୍ୟାରିକେଡ ଭାଙ୍ଗି ଚମ୍ପଟ ମାରିବା ପାଇଁ ଉଦ୍ୟମ କରୁଥିଲା । ପୋଲିସ ଗାଡିକୁ ପିଛା କରି ଗାଡିକୁ ଅଟକାଇବାରେ ସକ୍ଷମ ହୋଇ ଅଟୋ ଯାଞ୍ଚ୍ କରିଥିଲା । ଅଟୋକୁ ଯାଞ୍ଚ୍ କରିବାରୁ ୪ଟି ବସ୍ତାରେ ୮୧ କେଜି ଗଞ୍ଜେଇ ବାହାରିଥିଲା। ଯାହାର ଆନୁମାନିକ ମୂଲ୍ୟ ୮ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ଏହି ଗଞ୍ଜେଇ ଜଲାପୁଟରୁ ଆନ୍ଧ୍ରକୁ ଚୋରା ଚାଲାଣ ହେଉଥିଲା । ଗିରଫ ବ୍ୟକ୍ତି ଜଣକ ପାଡୁଆ ଥାନ ଅନ୍ତର୍ଗତ ତାଇଁତର ଗ୍ରାମର ଧୋବା ଖିଲ । ଉକ୍ତ ବ୍ୟକ୍ତିଙ୍କ ନାମରେ NDPS ମାମଲା ରୁଜୁ କରି ଆଜି କୋର୍ଟ ଚାଲାଣ କରିବ ପାଡୁଆ ପୋଲିସ l