ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିସନ୍ ତାଙ୍କ ପ୍ରସ୍ତୁତି ଜୋର୍ଦାର କରିଛନ୍ତି । ଯାହାଫଳରେ ୧୧୧ ଟି ୱାର୍ଡରେ ତ୍ରି ସ୍ତରୀୟ ପଂଚାୟତ ନିର୍ବାଚନ ହେବ ନାହିଁ ବୋଲି ସୁଚନା ମିଳିଛି । ସମୁଦାୟ ୯୧୯୧୬ ୱାର୍ଡରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଅନୁଷ୍ଠିତ ହେବ ।
ଗତ ୨୦୧୭ରେ ୯୨ ହଜାର ୨୭ଟି ୱାର୍ଡ ନିର୍ବାଚନ ହୋଇଥିଲା । ତେବେ ଏହାରି ଭିତରେ ପଂଚାୟତ ନିର୍ବାଚନରେ ମଧ୍ୟ ୭ଟି ଗ୍ରାମ ରେ ହେବ ନାହିଁ ତେଣୁ ୬୭୯୪ ଗ୍ରାମ ପଂଚାୟତରେ ହେବ ପଂଚାୟତ ନିର୍ବାଚନ ହେବ ବୋଲି ସୁଚନା ମିଳିଛି ।
୭ଟି ଗ୍ରାମ ପଂଚାୟତ ଏନଏସସିରେ ମିଶି ଯାଇଥିବାରୁ କେବଳ ୬୭୯୪ରେ ହେବ ନିର୍ବାଚନ । ତେବେ ସେହି ପଞ୍ଚାୟତ ଗୁଡିକ ହେଲା ବାଲେଶ୍ଵର ରେମୁଣାର ୪ ଗ୍ରାମ ପଞ୍ଚାୟତ ଓ ନୟାଗଡ଼ ଓଡ଼ଙ୍ଗାର ୨ଟି ଗ୍ରାମ ପଂଚାୟତ ଏବଂ ବରଗଡ଼ ବିଜେପୁରର ଗୋଟିଏ ଗ୍ରାମ ପଂଚାୟତ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ ସଚିବ ରବୀନ୍ଦ୍ର ସାହୁ ।