ଆଗାମୀ ବର୍ଷ ୨୦୨୨ ରେ ହେବାକୁ ଯାଉଛି ନିର୍ବାଚନ । ୟୁପି,ପଞ୍ଜାବ,ଉତ୍ତରାଖଣ୍ଡ,ମଣିପୁର ଓ ଗୋଆରେ ହେବ ନିର୍ବାଚନ ।
ସୂଚନାନୁଯାୟୀ ଶାସକ ଦଳ ପୁଣି କ୍ଷମତାକୁ ଫେରିବା କଷ୍ଟ କରହୋଇପାରେ ବୋଲି ଅନୁମାନ କରାଯାଉଛି । ଆଗକୁ ଆସୁଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନକୁ ନେଇ ଏକ ସର୍ଭେ ହୋଇଥିଲା ଯେଉଁଥିରେ କି ବିଜେପି ପ୍ରତି ଲୋକମାନେ ଆସ୍ଥା ହରାଇଥିବା ଦେଖିବାକୁ ମିଳିଛି । ସବୁଠୁ ବଡ଼ କଥା ହେଉଛି ଆପ୍ ପ୍ରତି ଲୋକମାନେ ଅଧିକ ଆସ୍ଥା ଭାଜନ କରିବା ସହ ବିଶ୍ୱାସ ରଖିଛନ୍ତି।
ବିଶେଷକରି ପଞ୍ଜାବରେ ୫ହଜାର ୬୮୭ଜଣ ଭୋଟରଙ୍କ ଠାରୁ ନିଜର ମତ ସଂଗ୍ରହ କରିଥିଲା ଗଣମାଧ୍ୟମ ସଂସ୍ଥା ଏବିପି। ଜନତାଙ୍କ ମତ ମୁତାବକ ପଞ୍ଜାବରେ କଂଗ୍ରେସକୁ ୨୭% ଜନତା ସମର୍ଥନ କରୁଥିବା ବେଳେ ବିଜେପିକୁ ୨୯% ଲୋକ ସମର୍ଥନ କରିଛନ୍ତି । ସେହିପରି ଅକାଳୀ ଦଳକୁ ୧୦% ଲୋକ ସମର୍ଥନ କରିଥିବା ବେଳେ ବିଜେପିକୁ ମାତ୍ର ୧% ଜନ ସମର୍ଥନ ମିଳିଛି । ତେବେ ଆଗମୀ ନିର୍ବାଚନକୁ ଆହୁରି କିଛ ଦିନି ବାକି ରହିଥିଲେ ମଧ୍ୟ ଏପରି ଆକଳନରେ କିଛି ପରିବର୍ତ୍ତନ ଆସିପାରେ ।