Odia News Portal

୫ ବର୍ଷରେ ୧ ଲକ୍ଷ ୫୦ ହଜାର ପଦବୀ ପୂରଣ ହେବ: ମନ୍ତ୍ରୀ

ରାଜ୍ୟରେ ଆସନ୍ତା ୫ ବର୍ଷରେ ୧ ଲକ୍ଷ ୫୦ ହଜାର ପଦବୀ ପୂରଣ ହେବ।  ଆସନ୍ତା ୨ ବର୍ଷ ମଧ୍ୟରେ ସରକାର ୬୫ ହଜାର ପଦବୀ ପୂରଣ କରିବେ।

ଖାଲି ପଡିଥିବା ମୋଟ ୩୪ ହଜାର ୬୮୬ ଖାଲି ପଦବୀକୁ ଆସନ୍ତା ଡିସେମ୍ବର ସୁଦ୍ଧା ପୂରଣ କରିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି ବୋଲି ବିଧାନସଭାରେ ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପକ୍ଷରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଏହି ସୂଚନା ଦେଇଛନ୍ତି।