Odia News Portal

୪୯ ବର୍ଷ ପରେ ବି ସୁଧୁରୁନି କଂଗ୍ରେସ : ବିରଂଚି ନାରାୟଣ ତ୍ରିପାଠୀ

ଦେଶରେ ସାଧାରଣ ନିର୍ବାଚନ ସରିଛି । ଅଷ୍ଟାଦଶ ଲୋକସଭା ଆରମ୍ଭ ହେବା ପୂର୍ବରୁ କଂଗ୍ରେସ ତାର ସ୍ୱାର୍ଥ ହାସଲ କରିବା ପାଇଁ ହୀନ ରାଜନୀତି ଆରମ୍ଭ କରିଦେଇଛି । ୪୯ ବର୍ଷ ତଳେ କଂଗ୍ରେସ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରି ଗଣତନ୍ତ୍ର ଓ ସମ୍ମିଧାନକୁ ହତ୍ୟା କରିବାକୁ ଚେଷ୍ଟା କରିଥିବାବେଳେ ଏତେ ବର୍ଷେ ପରେ ବି ଉକ୍ତ ଦଳରେ କୌଣସି ସୁଧାର ଆସିନାହିଁ । ଲୋକସଭାରେ ୭ଥର ସଂସଦକୁ ନିର୍ବାଚିତ ହୋଇଥିବା ଏବଂ ୨ଥର ଆଦର୍ଶ ସାଂସଦ ଭାବେ ପୁରସ୍କୃତ ହୋଇଥିବା ଲୋକସଭା ସାଂସଦ ଶ୍ରୀ ଭତୃହରି ମହତାବଙ୍କୁ କଂଗ୍ରେସ ବିରୋଧ କରିଛି । ଶ୍ରୀ ମହତାବଙ୍କୁ ଅସ୍ଥାୟୀ ବାଚସ୍ପତି ଭାବେ ଯେତେବେଳେ ମାନନୀୟା ରାଷ୍ଟ୍ରପତି ଘୋଷଣା କଲେ, ତାହାକୁ କଂଗ୍ରେସ ବିରୋଧ କରିଛି । ଏଥିରୁ କଂଗ୍ରେସ ଓଡ଼ିଶା ଏବଂ ଓଡ଼ିଆ ବିରୋଧୀ ବୋଲି ପ୍ରମାଣିତ ହୋଇଥିବା ନେଇ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ କହିଛନ୍ତି ।

ଭାରତୀୟ ସମ୍ବିଧାନ ଇତିହାସରେ କଂଗ୍ରେସ ଅତୀତରେ ଅନେକ କଳାକାହାଣୀ ଲେଖିଛି । ଆଜକୁ ୪୯ବର୍ଷ ତଳେ ଅର୍ଥାତ୍ ୧୯୭୫ମସିହା ଜୁନ୍‌୨୫ରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସରକାରୀକଳର ଅପବ୍ୟବହାର କରି ଭାରତରେ ପ୍ରଥମଥର ପାଇଁ ଜରୁରୀକାଳିନ ପରିସ୍ଥିତି ଘୋଷଣା କରିଥିଲେ । ସେ ଗଣତନ୍ତ୍ରକୁ ହତ୍ୟା କରିବା ସହ ମାନବିକ ଅଧିକାରକୁ ମଧ୍ୟ କ୍ଷୁର୍ଣ୍ଣ କରିଥିଲେ । ଦେଶର ସମସ୍ତ ବିରୋଧୀ ଦଳର ନେତୃବୃନ୍ଦକୁ ନେଇ ଜେଲ୍ ଭିତରେ ରଖିଥିଲେ । ୧୯ମାସ ଧରି କଂଗ୍ରେସ ସରକାର ଭାରତରେ ସ୍ୱେଚ୍ଛାଚାରି ଶାସନ ଚଳାଇ ସମ୍ବିଧାନର ମୁଖବନ୍ଧକୁ ପରିବର୍ତନ କରିଥିଲା ବୋଲି ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତି ।