Odia News Portal

ବିଧାନସଭାରେ ଦାଦନ ଯନ୍ତ୍ରଣା

ଆଜି ବିଧାନସଭାରେ ଦାଦନ ଯନ୍ତ୍ରଣା । ବିଗତ ଦିନରେ ବଢିଛି ଦାଦନ ସମସ୍ୟା l ଗତ ୩ ବର୍ଷରେ ଯାଇଛି ୨୩୩ ଦାଦନଙ୍କ ଜୀବନ। ସେହି ସମସ୍ୟା ଏବେ ଗଂଜାମ ଜିଲ୍ଲାରେ ସବାଧିକ ହୋଇଛି । ଦାଦନ ସମସ୍ୟା ପରେ ଏବେ ଏବେ ଗଜାମ ଜିଲ୍ଲାରେ ୪୩ଜଣ ପ୍ରାଣ ହରାଇଛନ୍ତି , ସେହିମଧ୍ୟରୁ ବଲାଙ୍ଗୀରରୁ ୨୬ଜଣ ଦାଦନ ଖଟିବାକୁ ଯାଇ ପ୍ରାଣ ହରାଇଛନ୍ତି , ସେହି ମଧ୍ୟରୁ ୨୩୩ଜଣଙ୍କ ମଧ୍ୟରୁ ୧୯୯ ଜଣଙ୍କ ଶବ ଓଡିଶାକୁ ଫେରିଛନ୍ତି ।

ଆଜି ବିଧାନସଭାରେ ଏଭଳି ସୂଚନା ଦେଇଛନ୍ତି ଶ୍ରମମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ଶ୍ରମମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଆହୁରି କହିଛନ୍ତି, ଓଡ଼ିଶାରେ ଲାଗି ରହିଥ‌ବା ଦାଦନ ସମସ୍ୟାର ସମାଧାନ ନିମନ୍ତେ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କ ଅଧ୍ୟକ୍ଷତାରେ ଉପ ମୁଖ୍ୟମନ୍ତ୍ରୀ, ମହିଳା ଏବଂ ଶିଶୁ ବିକାଶ, ମିଶନ ଶକ୍ତି, ପର୍ଯ୍ୟଟନ ମନ୍ତ୍ରୀ ଏବଂ ସମ୍ପୃକ୍ତ ବିଭାଗର ସଚିବମାନଙ୍କୁ ନେଇ ଅକ୍ଟୋବର-୨୦୨୪ ରେ ଏକ ଟାସ୍କଫୋର୍ସ ଗଠନ କରାଯାଇଛି।ଏହା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମାଧ୍ୟମରେ କାର୍ଯ୍ୟ କରୁଛି।