Odia News Portal

୩ ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ

ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶନିବାରଠୁ ସେ ତିନି ଦିନିଆ ୟୁଏସ ଗସ୍ତରେ ଯାଇଛନ୍ତି । ଏହି ବିଦେଶ ଯାତ୍ରାରେ ବେଳେ ସେ କ୍ୱାଡ୍ ଶିଖର ସମ୍ମିଳନୀରେ ସାମିଲ୍ ହେବେ । ଏଥିସହ ବିଭିନ୍ନ ଦେଶର ନେତାଙ୍କ ଦ୍ୱିପାକ୍ଷିକ ଆଲୋଚନା କରିବେ ମୋଦି ।

ନରେନ୍ଦ୍ର ମୋଦି ନିଜ ଗସ୍ତ ସମୟରେ ନ୍ୟୁୟର୍କରେ ଥିବା ମିଳିତ ଜାତିସଂଘର ସାଧାରଣ ମହାସଭାକୁ ମଧ୍ୟ ସମ୍ବୋଧିତ କରିବେ ।

ତେବେ ଏହି ଗସ୍ତ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଅୟୋଜନ କରୁଥିବା କ୍ୱାଡ୍ ସମ୍ମିଳନୀରେ ଭାଗ ନେବାକୁ ଯାଉଥିବା ନେଇ ପିଏମ୍ ମୋଦି ସୂଚନା ଦେଇଥିଲେ । ରାଷ୍ଟ୍ରପତି ବାଇଡେନ୍, ପ୍ରଧାନମନ୍ତ୍ରୀ ଅଲ୍ୱାନିଜ ଓ ପ୍ରଧାନମନ୍ତ୍ରୀ କିଶିଦାଙ୍କ ସହ ଏହି ସମ୍ମିଳନୀରେ ତାଙ୍କର ଭେଟ୍ଘେଟ ହେବ । ଏହାକୁ ପିଏମ୍ ମୋଦି ବେସ୍ ଉତ୍ସାହିତ ଥିବା ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହା ହେଉଛି ୯ମ ଥର ଆମେରିକା । ଏହି ଗସ୍ତରେ ସେ ସେପ୍ଟେମ୍ବର ୨୩ ଯାଏଁ ଅମେରିକା ରହିବେ । ଏହି ସମୟରେ ମୋଦି କ୍ୱାଡ୍ ଶିଖର ସମ୍ମିଳନୀରେ ଯୋଗ ଦେବେ । ଡେଲାଓ୍ୱେୟର ଓ୍ୱିଲମିଙ୍ଗଟନ୍ରେ ଏହି ସମ୍ମିଳନୀ ଆୟୋଜିତ ହେଉଛି । ଆମେରିକା ଗସ୍ତର ଶେଷ ଦିନରେ ନ୍ୟୁୟର୍କରେ ହେବାକୁ ଥିବା ଜାତିସଂଘ ମହାସଭାରେ ସମିଟ୍ ଅଫ୍ ଫ୍ୟୁଚରକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।