ସାଧାରଣତଃ ଆମେ ଦେଖିଛେ, ବିବାହରେ ପୁଅଘର ଅର୍ଥାତ ବର ଘର ଯୌତୁକ ଡିମାଣ୍ଡ କରିଥାନ୍ତି । ହେଲେ ଆପଣ କେବେ ଶୁଣିନଥିବେ ଯେ, ଝିଅଟିଏ ଯୌତୁକ ଦାବି କରୁଛି ଏବଂ ଦାବି ପୁରଣ ନହେଲେ ବାହାଘର ଭାଙ୍ଗି ଦେଉଛି । ଏପରି ଏକ ପରମ୍ପରା ରହିଛି ତେଲେଙ୍ଗାନାରେ ଥିବା ଏକ ଜନଜାତି ସଂପ୍ରଦାୟ । ଏହି ସଂପ୍ରଦାୟର ଲୋକଙ୍କର ଓଲଟା ପ୍ରଥା ରହିଛି । ଏଠାରେ ଝିଅଘର ବିବାହ ବେଳେ ପୁଅଘର ଠାରୁ ଯୌତୁକ ଆଣନ୍ତି । ତେବେ ପ୍ରଥା ଅନୁଯାୟୀ ଏଠାକାର ଏକ କନ୍ୟାପକ୍ଷ ବରପକ୍ଷକୁ ୨ ଲକ୍ଷ ଟଙ୍କା ଯୌତୁକ ଆକାରରେ ଡିମାଣ୍ଡ କରିଥିଲେ । ଏବଂ ବରପକ୍ଷ ରାଜି ମଧ୍ୟ ହୋଇଯାଇଥିଲେ । ଉଭୟଙ୍କ ବିବାହ ଘଟକେଶ୍ବରରେ ହେବ ବୋଲି ସ୍ଥିର ହୋଇଥିଲା । ତେବେ ବିବାହ ଦିନ କନ୍ୟା ତାର ବାପଘର ଭଦ୍ରାଦ୍ରି କୋଠଗୁଡେମ ଦେଇ ବିବାହ ସ୍ଥଳରେ ପହଞ୍ଚିଥିଲେ । ହେଲେ ବିବାହ ମଣ୍ଡପକୁ ଆସିନଥିଲେ କନ୍ୟା। ତେବେ ବିବାହର ଶୁଭଲଗ୍ନ ଗଡିଯାଉଥିବାରୁ ବର ବେଦିରୁ ଉଠି କନ୍ୟା ରହୁଥିବା ହୋଟେଲରେ ପହଞ୍ଚିଥିଲେ । ଏବଂ ସେଠାରେ କନ୍ୟାର ଦାବି ଶୁଣି ଚମକି ପଡିଥିଲେ ଉଭୟ ବର ଏବଂ କନ୍ୟାଘର ପକ୍ଷ ।
କନ୍ୟା ଆହୁରି ଅଧିକ ଯୌତୁକ ଟଙ୍କା ଦାବି କରିଥିଲେ । ତେବେ ଆପୋସୋ ବୁଝାମଣାରେ ବାହାଘର ଭାଙ୍ଗି ଯାଇଥିଲା। ଏବଂ କେହି କାହା ନାଁରେ ଅଭିଯୋଗ ମଧ୍ୟ କରିନଥିଲେ । ତେବେ ସବୁଠାରୁ ବଡ କଥା ହେଉଛି, ବାହାଘର ଭାଙ୍ଗିଯିବା ପରେ ଝିଅପକ୍ଷ ପୁଅ ଘର ଲୋକଙ୍କୁ ଟଙ୍କା ଫେରସ୍ତ କରି ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.