Odia News Portal

୨୨ରୁ ବଜେଟ ଅଧିବେଶନ, ୨୧ରେ ସର୍ବଦଳୀୟ ବୈଠକ

 ଆସନ୍ତା ୨୨ ତାରିଖରୁ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେବ। ଏହା ପୂର୍ବରୁ ଆସନ୍ତା ୨୧ ତାରିଖ ରବିବାର ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ। ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସେହିଦିନ ୧୧ଟା ବେଳେ ବିଧାନସଭା ପରିସରରେ ସର୍ବଦଳୀୟ ବୈଠକ ହେବ ବୋଲି ଜଣାପଡ଼ିଛି। ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହେବାକୁ ଯାଉଛି।

ଏହି ଲମ୍ବା ଅଧିବେଶନରେ ଗୃହ କାର୍ଯ୍ୟ ଯେଭଳି ସ୍ୱାଭାବିକ ଭାବେ ଚାଲିପାରିବ, ସେଥିପାଇଁ ବାଚସ୍ପତି ସଭିଙ୍କ ସହଯୋଗ ଲୋଡ଼ିବେ।

ମିଳିଥିବା ସୂଚନା ଅନୁସାରେ, ଏହି ବୈଠକ ପୂର୍ବରୁ ମୁଖ୍ୟ ସଚେତକ ଓ ଉପମୁଖ୍ୟ ସଚେତକ ଘୋଷଣା କରିବ ସରକାରୀ ଦଳ। କଂଗ୍ରେସ ବିଧାୟକ ଦଳ ନେତା ଏଯାଏଁ ଚୟନ ହୋଇନାହାନ୍ତି। ସର୍ବଦଳୀୟ ବୈଠକ ପୂର୍ବରୁ କଂଗ୍ରେସ ବିଧାୟକ ଦଳ ନେତା ଘୋଷଣା ହେବେ କି ନାହିଁ, ତାହା ଉପରେ ସଭିଙ୍କ ନଜର ରହିବ।