୨୦୨୭ ଡିସେମ୍ବର ସୁଦ୍ଧା ସରିବ ପ୍ରଥମ ପର୍ଯ୍ୟାୟ ମେଟ୍ରୋ ପ୍ରକଳ୍ପ l ସମୀକ୍ଷା ପରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସୂଚନା
ପ୍ରଥମେ ୨୬ କିମିରେ ଆରମ୍ଭ ହେବ ମେଟ୍ରୋ ଚଳାଚଳ ପ୍ରଥମ ୨୦ଟି ଷ୍ଟେସନରେ ହେବ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟର ବାର୍ତ୍ତା l
୧୩ଟି ଟ୍ରେନ୍ ଚାଲିବ, ପ୍ରତ୍ୟେକ ଟ୍ରେନରେ ୩ଟି କୋଚ୍ ରହିବ, ପ୍ରତ୍ୟେକ ଦିନ ୯୫ ହଜାର ଲୋକ ଯିବାର କ୍ଷମତା ରହିବ
ଆବଶ୍ୟକୀୟ ୯୨ ଏକର ଜମି ମିଳିସାରିଛି, ଆଉ ୧୫ ଏକର ଖୁବଶୀଘ୍ର ଦିଆଯିବ l ମୋଟ୍ ୬ହଜାର ୨୫୬କୋଟି ଟଙ୍କା ଖର୍ଚ୍ଚ ନେଇ ଆକଳନ ହୋଇଛି l
ପ୍ରଥମ ପର୍ଯ୍ୟାୟ ଖର୍ଚ୍ଚ ରାଜ୍ୟ ସରକାର ସଂପୂର୍ଣ୍ଣ ବହନ କରିବେ l ଏହାପରେ କେନ୍ଦ୍ରର ସହାୟତା ଦରକାର କି ନାହିଁ ପରେ ଜଣାଯିବ l