Odia News Portal

୧୯୧ଟି ପାନୀୟ ଜଳ ପ୍ରକଳ୍ପ ନିର୍ମାଣାଧୀନ:ମନ୍ତ୍ରୀ

ରାଜ୍ୟରେ ଏବେ ୧୯୧ଟି ପାନୀୟ ଜଳ ପ୍ରକଳ୍ପ ନିର୍ମାଣାଧୀନ ରହିଛି । ମଙ୍ଗଳବାର ବିଧାନସଭାରେ ବିଧାୟକ ସୌଭିକ ବିଶ୍ୱାଳଙ୍କ ପ୍ରଶ୍ନର ଉତ୍ତର ରଖି ଏହି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ମାତ୍ର ୧୬ଟି ପାନୀୟ ଜଳ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି । ନିର୍ମାଣାଧୀନ ୧୯୧ଟି ପାନୀୟ ଜଳ ପ୍ରକଳ୍ପ ୩ଟି ପର୍ୟ୍ୟାୟରେ ସମ୍ପୂର୍ଣ୍ଣ ହେବ ।  ୨୦୨୫ ମାର୍ଚ୍ଚ ସୁଦ୍ଧା ୫୬ଟି, ଡିସେମ୍ବର ସୁଦ୍ଧା ୫୪ଟି ସରିବ । ବାକି ୮୧ଟି ପ୍ରକଳ୍ପ ୨୦୨୫ ଜୁନ ସୁଦ୍ଧା ଶେଷ କରିବାକୁ ବିଭାଗ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି ।