Odia News Portal

୧୮ ଅଧିକାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ରାଜ୍ୟରେ ଦୁର୍ନୀତିଗ୍ରସ୍ଥ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବେ ସରକାର। ଶତାଧିକ ପାର୍ଟ ପ୍ଲଟ୍ ବା ସବ୍‌ ପ୍ଲଟ୍ ପଞ୍ଜୀକୃତ କରାଇଥିବା ଅଧିକାରୀଙ୍କ ଉପରେ ଆକ୍ସନ ନେବା ଲାଗି ସରକାର ପ୍ରସ୍ତୁତି କରୁଛନ୍ତି। ବେଆଇନ୍ ଭାବେ ପଞ୍ଜୀକୃତ କରାଇଥିବାରୁ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତି ହୋଇଛି। କାର୍ଯ୍ୟାନୁଷ୍ଠାନ ଆରମ୍ଭ ପାଇଁ IGRଙ୍କୁ ଡ୍ରାଫ୍ଟ ଚାର୍ଜ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।