Odia News Portal

ହାତୀ ଆକ୍ରମଣରେ ୨ ମୃତ୍ୟୁ, ୩ ଗୁରୁତର

ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଓ ଶୁଳିଆପଦା ଅଞ୍ଚଳରେ ହାତୀ ଉତ୍ପାତ । ଜିଲ୍ଲାର ଭିନ୍ନ ଭିନ୍ନ ସ୍ଥାନରେ ହାତୀ ଆକ୍ରମଣରେ 2 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 3 ଗୁରୁତର ହୋଇଛନ୍ତି। ଘୋଳମୁହାଁ ପଞ୍ଚାୟତ ଉଲିଡିହି ଗାଁର ଜଣେ ମହିଳାଙ୍କୁ ଦଳି ଦେଲେ ଦନ୍ତାହାତୀ । ମୃତ ମହିଳା ସାକ୍ରା ହେମ୍ବ୍ରମ୍ । ସେହିପରି ଶୁଳିଆପଦା ଥାନା ଅଞ୍ଚଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ଆଣୁଆ ଗାଁର ହାତୀ ଆକ୍ରମଣରେ ଜଣ ଗୁରୁତର ହୋଇଛନ୍ତି । ଗତକାଲି ସଂଧ୍ୟାରେ ପଶ୍ଚିମବଙ୍ଗ ପଟୁ ଦନ୍ତାହାତୀ  ମୟୂରଭଞ୍ଜ ସୀମାକୁ ପ୍ରବେଶ କରି ଦେଉଳି, ରାସଗୋବିନ୍ଦପୁର ଓ ବେତନଟୀ ରେଞ୍ଜ ଅଞ୍ଚଳରେ ଆତଙ୍କ ଖେଳାଇଥିଲା ।