Odia News Portal

ସ୍ୱାମୀ ସାମ୍ନାରେ ସ୍ତ୍ରୀକୁ ଦୁଷ୍କର୍ମ ଅଭିଯୋଗ

ସ୍ୱାମୀ ଆଗରେ ସ୍ତ୍ରୀକୁ ଗଣଦୁଷ୍କର୍ମ ଅଭିଯୋଗ  । ପ୍ରତିବାଦ କରିବାରୁ ସ୍ୱାମୀକୁ ମାଡ  । ଏନେଇ ଥାନାରେ ମାମଲା ରୁଜୁ ହେଲା ପରେ ପୋଲିସର ତଦନ୍ତ ଆରମ୍ଭ  । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୂବନ ଥାନା ବାରୁଆଁ ଗ୍ରାମ ନିକଟସ୍ଥ କେନାଲ ରାସ୍ତାରେ  ।

ଅଭିଯୋଗ ମୁତାବକ ଯାଜପୁର ଜିଲ୍ଲା କଲରଙ୍ଗିଅତା ଗ୍ରାମର ଜୈନିକ ସ୍ୱାମୀ ସ୍ତ୍ରୀ ଗତ ଶୁକ୍ରବାର ଦିନ ବାଇକରେ ଭୂବନକୁ ଆସି ସଂଧ୍ୟାରେ ଫେରୁଥିବା ବେଳେ କେନାଲ ରାସ୍ତାରେ ୫ ଜଣ ଯୁବକ ବାଇକୁ ଅଟକାଇବା ସହ ତାଙ୍କୁ ମାଡ ମାରି ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ଠାରୁ ୨ଟି ମୋବାଇଲ ଛଡାଇ ନେଇଥିଲେ  । ଏହା ସହିତ ୫ ଜଣ ଯୁବକ ଜଣକ ପରେ ଜଣେ ସ୍ତ୍ରୀକୁ ଦୁଷ୍କର୍ମ କରିଥିଲେ ଏବଂ ମୋବାଇଲରେ ରେକର୍ଡ ମଧ୍ୟ କରିଥିଲେ  । କାହାକୁ ଜଣାଇଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ  । ଏକ ମୋବାଇଲ ନମ୍ବର ଦେଇ ୧୦ ହଜାର ଟଙ୍କା ପଠାଇବାକୁ କହିଥିଲେ  ।

ତେବେ ଏନେଇ ଉଭୟ ସ୍ୱାମୀ ସ୍ତ୍ରୀ ଭୂବନରେ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ ପରେ ପୋଲିସ ଢ଼େଙ୍କାନାଳ ମେଡିକାଲରେ ସ୍ତ୍ରୀର ଡାକ୍ତରୀ ମାଇନା କରିବା ସହ ଅଧିକ ତଦନ୍ତ ଜାରି ରଖିିଛି  । ଏସଂପର୍କରେ ପୀଡ଼ିତା ସ୍ତ୍ରୀ କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ଢେଙ୍କାନାଳ ଏସପି ଜ୍ଞାନରଞ୍ଜନ ମହାପାତ୍ର କହିଲେ ଅଭିଯୋଗ ହୋଇଛି ତାର ତଦନ୍ତ ମଧ୍ୟ ଆରମ୍ଭ କରିଛୁ, ଖୁବଶୀଘ୍ର ଅଭିଯୁକ୍ତ ଧରା ପଡିବେ  ।